ETV Bharat / sports

ଆଇପିଏଲ: ଫାଇନାଲ ପରେ ଜାଣନ୍ତୁ କାହା ନାମରେ କେଉଁ ରେକର୍ଡ ?

author img

By

Published : May 13, 2019, 7:29 AM IST

ମ୍ୟାଚ ପରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଭାବେ ଡେଭିଡ୍ ୱାର୍ଣ୍ଣର ଅରେଞ୍ଜ କ୍ୟାପ୍ ହାସଲ କରିଛନ୍ତି । ସେହିପରି ଇମ୍ରାନ୍ ତାହିର୍ ସର୍ବାଧିକ ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ଅର୍ଜନ କରିଛନ୍ତି ।

ଫଟୋ ସୌଜନ୍ୟ- ଟ୍ବିଟର @ipl

ହାଇଦ୍ରାବାଦ: ଶେଷ ହୋଇଯାଇଛି ବିଶ୍ବର ସବୁଠାରୁ ବଡ ଓ ଧନୀ କ୍ରିକେଟ ଲିଗ ଆଇପିଏଲ । 12ତମ ସଂସ୍କରଣରେ ଟ୍ରଫି ଉଠାଇଛି ମୁମ୍ବାଇ ଇଣ୍ଡିଆନ୍ସ । ଶେଷ ବଲରେ ଓ 1 ରନରେ ମ୍ୟାଚ ବିଜୟୀ ହୋଇଛି ରୋହିତ ବ୍ରିଗେଡ । ତେବେ ଏହି ମ୍ୟାଚ ପରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ଭାବେ ଡେଭିଡ୍ ୱାର୍ଣ୍ଣର ଅରେଞ୍ଜ କ୍ୟାପ୍ ହାସଲ କରିଛନ୍ତି । ସେହିପରି ଇମ୍ରାନ୍ ତାହିର୍ ସର୍ବାଧିକ ୱିକେଟ୍ ନେଇ ପର୍ପଲ୍ କ୍ୟାପ୍ ଅର୍ଜନ କରିଛନ୍ତି ।

ipl
ଫଟୋ ସୌଜନ୍ୟ- ଟ୍ବିଟର @ipl

ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ବର୍ଷେ ବାସନ୍ଦାଦେଶ କାଟିବା ପରେ ପ୍ରତ୍ୟାବର୍ତ୍ତନ କରିଥିବା ୱାର୍ଣ୍ଣରଙ୍କ ବ୍ୟାଟ୍ ଏଥର ଖୁବ୍ ଚାଲିଥିଲା । ସେ ମାତ୍ର ୧୨ ମ୍ୟାଚ୍ ଖେଳି ୬୯.୨୦ ହାରରେ ୬୯୨ ରନ୍ କରି ଶୀର୍ଷ ସ୍ଥାନରେ ରହିଛନ୍ତି । ଲିଗ୍ ପର୍ଯ୍ୟାୟରେ ଆଉ ଦୁଇ ମ୍ୟାଚ୍ ଖେଳିବା ପୂର୍ବରୁ ୱାର୍ଣ୍ଣର୍ ସ୍ୱଦେଶ ଫେରିଯାଇଥିଲେ । ଚଳିତ ସିଜନରେ ସେ ଗୋଟିଏ ଶତକ ଓ ୮ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି ।

ଫଟୋ ସୌଜନ୍ୟ- ଟ୍ବିଟର @ipl
ଫଟୋ ସୌଜନ୍ୟ- ଟ୍ବିଟର @ipl

ଚେନ୍ନାଇ ସୁପର କିଙ୍ଗସ୍ ଦଳର ଭେଟେରାନ୍ ସ୍ପିନର ତାହିର୍ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଫାଇନାଲ୍ ପୂର୍ବରୁ ୨୪ ୱିକେଟ୍ ନେଇ ଦ୍ୱିତୀୟ ସ୍ଥାନରେ ଥିଲେ । କିନ୍ତୁ ଆଜି ସେ ଦୁଇ ୱିକେଟ୍ ନେଇ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ପେସ୍ ବୋଲର କାଗିସୋ ରବାଡାଙ୍କୁ ପଛରେ ପକାଇ ଦେଇଛନ୍ତି । ରବାଡା ୧୨ ମ୍ୟାଚରେ ୧୪.୭୨ ହାରରେ ୨୫ ୱିକେଟ୍ ନେଇଛନ୍ତି । ଏବେ ତାହିର୍ ୧୭ ମ୍ୟାଚରେ ୧୬.୫୭ ହାରରେ ୨୬ ୱିକେଟ୍ ନେଇ ଶୀର୍ଷରେ ପହଞ୍ଚିଛନ୍ତି । ମୁମ୍ବାଇ ବିପକ୍ଷ ଫାଇନାଲରେ ରବାଡା ୪ ଓଭରରେ ୨୩ ରନ୍ ଦେଇ ୨ ୱିକେଟ୍ ହାସଲ କରିଛନ୍ତି ।

ତେବେ ନଜର ପକାନ୍ତୁ ଆଉ କାହା ନାମରେ ରହିଲା କେଉଁ ରେକର୍ଡ

  • ଆଇପିଏଲ ଫାଇନାଲ ପ୍ଲେୟର ଅଫ ଦ ମ୍ୟାଚ- ଜସପ୍ରିତ୍‌ ବୁମରା
  • ମୋଷ୍ଟ ଭ୍ୟାଲୁଏବୁଲ ପ୍ଲେୟର- ଆନ୍ଦ୍ରେ ରସଲେ
  • ଫାୟାର ପ୍ଲେ- ସନରାଇଜର୍ସ ହାଇଦ୍ରାବାଦ
  • ଦୃତ ଅର୍ଦ୍ଧଶତକ- ହାର୍ଦ୍ଦିକ ପାଣ୍ଡ୍ୟା
  • ପର୍ଫେକ୍ଟ କ୍ୟାଚ- କିରଣ ପୋଲାର୍ଡ
  • ସର୍ବଶ୍ରେଷ୍ଠ ଷ୍ଟ୍ରାଇକରେଟ୍‌- ଆନ୍ଦ୍ରେ ରସଲେ ( 204.81)
  • ଷ୍ଟାଇଲିସ ପ୍ଲେୟର- କେଏଲ ରାହୁଲ
  • ଏମରଜିଂ ପ୍ଲେୟର- ଶୁଭମନ ଗିଲ୍‌
  • ଗେମ ଚେଞ୍ଜର ଅଫ ଦ ସିଜିନ- ରାହୁଲ ଚହର

Intro:Body:

prabir 1

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.