ETV Bharat / sports

ସେଞ୍ଚୁରିଆନ ଟେଷ୍ଟ: ହାରିଲା ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା 107 ରନରେ ବିଜୟୀ

ସେଞ୍ଚୁରିଆନ ଟେଷ୍ଟରେ ଇଂଲଣ୍ଡକୁ 107 ରନରେ ହରାଇଛି ଦକ୍ଷିଣ ଆଫ୍ରିକା । 376 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଇଂଲଣ୍ଡ 268 ରନରେ ସମସ୍ତ ୱିକେଟ ହରାଇଥିଲା । ଅଧିକ ପଢନ୍ତୁ...

Boxing Day Test
ସେଞ୍ଚୁରିଆନ ଟେଷ୍ଟ
author img

By

Published : Dec 30, 2019, 2:26 AM IST

ସେଞ୍ଚୁରିଆନ: ଇଂଲଣ୍ଡ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବାଜିମାତ କରିଛି ଡୁପ୍ଳେସିସଙ୍କ ଦଳ । 107 ରନର ବଡ ବ୍ୟବଧାନରେ ଇଂଲଣ୍ଡକୁ ପରାଜିତ କରିଛି ଦକ୍ଷିଣ ଆଫ୍ରିକା । 376 ରନର ବିଜୟ ଲକ୍ଷ୍ୟକୁ ପିଛାକରି ଇଂଲଣ୍ଡ 268 ରନରେ ଅଟକି ଯାଇଥିଲା ।

ପୂର୍ବରୁ ଦକ୍ଷିଣ ଆଫ୍ରିକା ପ୍ରଥମ ଇଂନିସରେ 284 ଓ 2ୟ ଇଂନିସରେ 272 ରନ କରିଥିଲା । ଇଂଲଣ୍ଡ ପ୍ରଥମ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର 181 ରନରେ ଅଲଆଉଟ ହୋଇଥିଲା ।

Boxing Day Test
ଫଟୋ ସୌଜନ୍ୟ: twitter@OfficialCSA

ଯୁବ ବୋଲର ରବାଡା ଓ ଆନିରିଚ ନର୍ଟଜେ ଦକ୍ଷିଣ ଆଫ୍ରିକା ବିଜୟର ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ରବାଡା 4ଟି ନର୍ଟେଜେ 3ଟି ୱିକେଟ ଅକ୍ତିଆର କରି ଇଂଲଣ୍ଡକୁ ପରାଜୟ ମୁହଁକୁ ଠେଲି ଦେଇଥିଲେ । ସ୍ପିନର କେଶବ ମହାରାଜ 2ଟି ଓ ଡ୍ବାଇନ ପ୍ରିଟୋରିସ ଗୋଟିଏ ୱିକେଟ ହାସଲ କରିଥିଲେ ।

ଇଂଲଣ୍ଡ ପାଇଁ ମ୍ୟାଚ ୱିନର ବେନ ଷ୍ଟୋକ୍ସ ହୋଇପାରିନଥିଲେ । ମାତ୍ର 14 ରନ କରିଥିବାବେଳେ ସ୍ପିନର କେଶବ ମହାରାଜ ଷ୍ଟୋକ୍ସଙ୍କ ଶୀକାର କରିଥିଲେ । ଅନ୍ୟତମ ମ୍ୟାଚ ୱିନର ଜନ୍ନି ବେଆରଷ୍ଟୋ ମଧ୍ୟ ବିଶେଷ ଇଂନିସ ଖେଳିପାରିନଥିଲେ । ଇଂଲଣ୍ଡ ପକ୍ଷରୁ ଓପନର ରରି ବର୍ଣ୍ଣସ ସର୍ବାଧିକ 84 ରନପ ଇଂନିସ ଖେଳିଥିଲେ । କ୍ୟାପଟେନ ଜୋ ରୁଟ 48 ରନର ଇଂନିସ ଖେଳି କିଛି ସମୟ ଲଢେଇ କରିଥିଲେ ।
ଦକ୍ଷିଣ ଆଫ୍ରିକା ଓପନର କ୍ବିଣ୍ଟନ ଡିକକଙ୍କୁ ପ୍ଳେୟାର ଅଫ ଦ ମ୍ୟାଚ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.