ETV Bharat / sports

ଆସେସ ସହ ସମାନ ବର୍ଡର ଗାଭାସ୍କର ସିରିଜ: ଷ୍ଟିଭ ୱ - Steve Waugh on Border Gavaskar series

ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଆସେସ ସିରିଜ ସହ ସମାନ । ଏହା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ଷ୍ଟିଭ ୱ ।

Border Gavaskar series is equivalent to Ashes: Steve Waugh
ଆସେସ ସହ ସମାନ ବର୍ଡର ଗାଭାସ୍କର ସିରିଜ: ଷ୍ଟିଭ ୱ
author img

By

Published : Jul 10, 2020, 4:11 PM IST

ହାଇଦ୍ରାବାଦ: ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଆସେସ ସିରିଜ ସହ ସମାନ । ଏହା କହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ଷ୍ଟିଭ ୱ।

ପ୍ରତିଦୋନ୍ଦ୍ବିତାର ସ୍ତର ଦୃଷ୍ଟିରୁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପରି କ୍ରିକେଟ ପ୍ରିୟ ଦେଶରେ ଏହି ସିରିଜକୁ ନେଇ ଅନେକ ଉତ୍ସାହ ରହିଥାଏ । ଆସେସ ଟେଷ୍ଟ ସିରିଜ ପାରମ୍ପରିକ ପ୍ରତିନ୍ଦୋନ୍ଦ୍ବୀ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଏ ।

ଏହି ସିରିଜର ନାମକରଣ ଏକ ବ୍ରିଟିଶ ଖବରକାଗଜର ଶିରୋନାମା ଅନୁଯାୟୀ ସ୍ଥିର ହୋଇଥିଲା । ବର୍ଷ 1882ରେ ଇଂଲିସ ମାଟିରେ ଓଭାଲ ଟେଷ୍ଟରେ ବିଜୟୀ ହେବା ସହ ସିରିଜ ହାତେଇଥିଲା ଅଷ୍ଟ୍ରେଲିଆ । ପରେ ଏକ ବ୍ରିଟିଶ ଖବରକାଗଜ, "ଇଂଲିସ କ୍ରିକେଟର ମୃତ୍ୟୁ ହେଲା, ଏବଂ ମୃତଶରୀର ଓ ଆସେସ ଅଷ୍ଟ୍ରେଲିଆକୁ ନିଆଯିବ ବୋଲି ରିପୋର୍ଟରେ ଲେଖିଥିଲେ ।"

ଇଣ୍ଡିଆ ଗ୍ଳୋବାଲ 2020 ସପ୍ତାହ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଷ୍ଟିଭ ୱ । ଏଥିସହିତ କୋଲକାତା ଟେଷ୍ଟ ପରାଜୟକୁ ସ୍ମରଣୀୟ ବୋଲି କହିଛନ୍ତି ।

ବହୁ ପ୍ରତିକ୍ଷୀତ ଭାରତ-ଅଷ୍ଟ୍ରେଲିଆ 4 ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଚଳିତ ବର୍ଷ ଶେଷ ଭାଗରେ ହେବାନେଇ ସୂଚୀ ରହିଛି । ଡିସେମ୍ବର 3ରୁ ପ୍ରଥମ ଟେଷ୍ଟ, 11ରେ ଆଡିଲେଡରେ ଦିବାରାତ୍ର ଟେଷ୍ଟ, ଡିସେମ୍ବର 26ରେ 3ୟଟେଷ୍ଟ ଓ ଜାନୁଆରୀ 3ରେ 4ର୍ଥ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.