ETV Bharat / sports

ବିନା ଦର୍ଶକରେ କ୍ରିକେଟ, ଅଭ୍ୟାସ ମ୍ୟାଚ ପରି: ଡେଭିଡ ୱାର୍ଣ୍ଣର

ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ କ୍ରିକେଟ ମ୍ୟାଚ ଖେଳାଯିବା ପ୍ରସ୍ତାବକୁ ଡେଭିଡ ୱାର୍ଣ୍ଣରଙ୍କ ନାପସନ୍ଦ । ଦର୍ଶକଙ୍କ ବିନା ଅଭ୍ୟାସ ମ୍ୟାଚ ପରି ଅନୁଭବ ହେବ କହିଛନ୍ତି ଏହି ଅଷ୍ଟ୍ରେଲିଆ କ୍ରିକେଟର ।

'Bizarre', it is like a warm-um game: David Warner on playing without spectators
David Warner
author img

By

Published : May 9, 2020, 2:11 PM IST

ସିଡନି: ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ କ୍ରିକେଟ ମ୍ୟାଚ ଖେଳାଯିବା ପ୍ରସ୍ତାବକୁ ଡେଭିଡ ୱାର୍ଣ୍ଣରଙ୍କ ନାପସନ୍ଦ । ଦର୍ଶକଙ୍କ ବିନା ଅଭ୍ୟାସ ମ୍ୟାଚ ପରି ଅନୁଭବ ହେବ କହିଛନ୍ତି ଏହି ଅଷ୍ଟ୍ରେଲିଆ କ୍ରିକେଟର । ଏଥିସହିତ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ମତ ସହ ସ୍ବର ମିଳାଇଛନ୍ତି ୱାର୍ଣ୍ଣର ।

କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ବିଶ୍ବରେ ସମସ୍ତ ପ୍ରକାର କ୍ରିକେଟ ମ୍ୟାଚ ବନ୍ଦ ରହିଛି । ବନ୍ଦ ହେବା ପୂର୍ବରୁ, ଖାଲି ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିଲା ।

ଦର୍ଶକଙ୍କ ତାଳି ସର୍ବଦା ଖେଳାଳିଙ୍କୁ ଉତ୍ସାହିତ କରେ । ଦର୍ଶକଙ୍କ ବିନା, ପ୍ରତିଦ୍ବୋନ୍ଦ୍ବିତା ଶୂନ୍ୟ ଅନୁଭବ ହେବ କହି ପ୍ରସ୍ତାବକୁ ନାପସନ୍ଦ କରିଛନ୍ତି ୱାର୍ଣ୍ଣର । ତେବେ ଅଷ୍ଟ୍ରେଲିଆରେ ରଗବି ଲିଗ ଖୁବ ଶ୍ରୀଘ୍ର ବିନା ଦର୍ଶରେ ଆରମ୍ଭ ହେବାକୁ ଯାଉଥିବା ୱାର୍ଣ୍ଣର କହିଛନ୍ତି । ତେବେ ଏହାର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ରହିଛି ।

ବର୍ଷ 2018-19ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜ ନେଇ ମଧ୍ୟ ମତ ରଖିଛନ୍ତି ୱାର୍ଣ୍ଣର । ଭାରତୀୟ ଦଳ ପ୍ରଥମ ଥର ପାଇଁ କଙ୍ଗାରୁ ମାଟିରେ ଅଷ୍ଟ୍ରେଲିଆକୁ ହରାଇ ଐତିହାସିକ ସିରିଜ ବିଜେତା ହୋଇଥିଲା । ତେବେ ବଲ ଟାମ୍ପରିଂ ବ୍ୟାନ ଯୋଗୁଁ ଡେଭିଡ ୱାର୍ଣ୍ଣର ଓ ଷ୍ଟିଭ ସ୍ମିଥ, ଏହି ସିରିଜରେ ଅଷ୍ଟ୍ରେଲିଆ ଦଳର ସଦସ୍ୟ ନଥିଲେ । ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ରହିଛି । ଏହି ସିରିଜକୁ ୱାର୍ଣ୍ଣର ଅପେକ୍ଷା କରିଥିବା କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.