ସାଉଥାମ୍ପଟନ: ଇଂଲଣ୍ଡର କାମଚଳା କ୍ୟାପଟେନ ବେନ ଷ୍ଟୋକ୍ସ ଅଲରାଉଣ୍ଡର ଭାବେ ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ଟେଷ୍ଟ କ୍ରିକେଟରେ ଦ୍ବିତୀୟ ଦ୍ରୁତ-ଅଲରାଉଣ୍ଡର ଭାବେ 4000 ରନ ଓ 150 ୱିକେଟ ଅକ୍ତିଆର କରିଛନ୍ତି ଷ୍ଟୋକ୍ସ । ଏହି ସଫଳତା ସାଉଥାମ୍ପଟନରେ ଖେଳାଯାଉଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟର 3ୟ ଦିନରେ ହାସଲ କରିଛନ୍ତି ଷ୍ଟୋକ୍ସ ।
![Ben stokes becomes second-fastest all-rounder to test double of 4000](https://etvbharatimages.akamaized.net/etvbharat/prod-images/nintchdbpict000516051589-e1566746083755_1007newsroom_1594380125_1069.jpg)
ଇଣ୍ଡିଜର ଆଲଜେରୀ ଜୋସେଫଙ୍କ ୱିକେଟ ଅକ୍ତିଆର ପରେ ଷ୍ଟୋକ୍ସ ଯୁଗ୍ମ ଭାବେ ପୂର୍ବତନ ଇଂଲଣ୍ଡ ଅଲରାଉଣ୍ଡର ଇଆନ ବୋଥାମଙ୍କ 4000ରନ ଓ 150 ୱିକେଟ ସହ ସମକକ୍ଷ ହୋଇଥିଲେ ।
![Ben stokes becomes second-fastest all-rounder to test double of 4000](https://etvbharatimages.akamaized.net/etvbharat/prod-images/76828760_0707newsroom_1594122225_118.webp)
ଷ୍ଟୋକ୍ସ ଗୋଟିଏ ମେଡେନ ଓଭର ସହ 14 ଓଭର ବୋଲିଂ କରି 49 ରନ ବ୍ୟୟରେ 4ଟି ୱିକେଟ ଆକ୍ତିଆର କରିଥିଲେ । 29ବର୍ଷୀୟ ଷ୍ଟୋକ୍ସ 64ଟି ମ୍ୟାଚରେ ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି । ଏକମାତ୍ର ଖେଳାଳି ଭାବେ ୱେଷ୍ଟଇଣ୍ଡିଜର ଗ୍ୟାରୀ ସୋବର ତାଲିକାର ପ୍ରଥମରେ ରହିଛନ୍ତି । ସୋବର 63ଟି ମ୍ୟାଚରୁ ଏହି ସଫଳତା ହାସଲ କରିଥିଲେ ।
ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ, ଭାରତର କପିଳ ଦେବ, ନ୍ୟୁଜିଲାଣ୍ଡର ପୂର୍ବତନ କ୍ୟାପଟେନ ଡାନିଏଲ ଭିଟୋରୀ ଏହି ତାଲିକାରେ ରହିଛନ୍ତି ।