ନୂଆଦିଲ୍ଲୀ: ବିସିସିଆଇ ଲୋକପାଳ ଓ ନୈତିକତା ଅଧିକାରୀ ଡି କେ ଜେନଙ୍କ କାର୍ଯ୍ୟକାଳ ବୃଦ୍ଧିହେବା ନେଇ ଚର୍ଚ୍ଚା । ତେବେ ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଶେଷ ନିଷ୍ପତି ନେବେ ।
2019 ଫେବୃଆରୀରେ ଜଷ୍ଟିସ ଜେନ ବିସିସିଆଇର ଲୋକପାଳ ସହ ନୈତିକତା ଅଫିସର ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ପୂର୍ବରୁ ସିଇଓ ରାହୁଲ ଜୋରି, ଅଧିକ ସମୟ କାର୍ଯ୍ୟ କରିବାକୁ ଉଚ୍ଛୁକ କି ନାହିଁ ମତ ଲୋଡିଥିଲେ ବୋଲି କହିଛନ୍ତି ଡିକେ ଜେନ ।
ସେତେବେଳ ସେ ତାଙ୍କୁ ସହମତି ଜଣାଇଥିଲେ । ମାତ୍ର ବର୍ତ୍ତମାନର ସ୍ଥିତି ଲକାଡାଉନ ଯୋଗୁଁ ଭିନ୍ନ ରହିଛି । ତେବେ ବିସିସିଆଇର ନିଷ୍ପତିକୁ ସେ ଗ୍ରହଣ କରିବେ ବୋଲି କହିଛନ୍ତି ।