ETV Bharat / sports

ଆଜି ବିସିସିଆଇ-ଆଇପିଏଲ ଫ୍ରାଞ୍ଚାଇଜ ବୈଠକ

author img

By

Published : Mar 14, 2020, 8:35 AM IST

ଆଜି ବିସିସିଆଇ ଓ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ ମଧ୍ୟରେ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ । ବିସିସିଆଇ ମାର୍ଚ୍ଚ 29ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ଏପ୍ରିଲ 15 ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।

postponement of IPL
ବିସିସିଆଇ-ଆଇପିଏଲ ଫ୍ରାଞ୍ଚାଇଜ ବୈଠକ

ମୁମ୍ବାଇ: ଆଜି ବିସିସିଆଇ ଓ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ ମଧ୍ୟରେ ହେବ ଗୁରୁତ୍ବପୂର୍ଣ୍ଣ ବୈଠକ । ବିସିସିଆଇ ମାର୍ଚ୍ଚ 29ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ଏପ୍ରିଲ 15 ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ।

postponement of IPL
ବିସିସିଆଇ-ଆଇପିଏଲ ଫ୍ରାଞ୍ଚାଇଜ ବୈଠକ

ଆଜି ହେବାକୁ ଥିବା ବୈଠକରେ ସ୍ଥଗିତ ନିଷ୍ପତିରେ ବିସିସିଆଇ କାୟମ ରହିବ ବୋଲି ଜଣାପଡିଛି । କୋରୋନା ଭାଇରସକୁ ଦୃଷ୍ଟିରେ ରଖି ସଭାପତି ସୌରଭ ଗାଙ୍ଗୁଲି ସୁରକ୍ଷା ହିଁ ବିସିସିଆଇର ପ୍ରାଥମିକତା ବୋଲି କହିଛନ୍ତି ।

postponement of IPL
କୋରୋନା ଭାଇରସ

ତେବେ ଆଇପିଏଲ ଗର୍ଭର୍ଣ୍ଣିଂ କାଉନସିଲ ପାଇଁ 2ଟି ବିକଳ୍ପ ରହିଛି । ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କିମ୍ବା ଖାଲି ଷ୍ଟାଡିୟମରେ ମ୍ୟାଚ ଖେଳାଯିବା ନେଇ ନିଷ୍ପତି ନିଆଯାଇପାରେ । ତେବେ ବିଶ୍ବରେ କୋରୋନା ମହାମାରୀର ପ୍ରକୋପ ଦେଖି, ଏପ୍ରିଲ 15 ପର୍ଯ୍ୟନ୍ତ ସମସ୍ତ ବିଦେଶ ଭିସାକୁ ବାତିଲ କରିଛନ୍ତି ଭାରତ ସରକାର ।

postponement of IPL
ବିସିସିଆଇ-ଆଇପିଏଲ ଫ୍ରାଞ୍ଚାଇଜ ବୈଠକ

ଏକାଧିକ ଆଇପିଏଲ ଫ୍ରାଞ୍ଚାଇଜର କ୍ୟାପଟେନ ବିଦେଶୀ ଖେଳାଳି ରହିଛନ୍ତି । ଏପରି ସ୍ଥିତିରେ ବିସିସିଆଇର ସ୍ଥଗିତ ନିଷ୍ପତି ହିଁ କାୟମ ରହିବାର ଶତପ୍ରତିଶତ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.