ETV Bharat / sports

ସଭାପତି-ସମ୍ପାଦକଙ୍କ କାର୍ଯ୍ୟକାଳ ବୃଦ୍ଧି ଦାବିରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ବିସିସିଆଇ

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳ 3ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବୋର୍ଡ ପକ୍ଷରୁ ଦାବି ହୋଇଛି । ଏନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ।

author img

By

Published : May 23, 2020, 12:02 PM IST

BCCI wants full three-year term for Ganguly and Shah, moves to SC
ସଭାପତି-ସମ୍ପାଦକଙ୍କ କାର୍ଯ୍ୟକାଳ ବୃଦ୍ଧି ଦାବିରେ, ସୁପ୍ରିମକୋର୍ଟର ଦ୍ବାରସ୍ଥ ବିସିସିଆଇ

ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ କାର୍ଯ୍ୟକାଳ 3ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ବୋର୍ଡ ପକ୍ଷରୁ ଦାବି ହୋଇଛି । ଏନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) । ବୋର୍ଡ ପକ୍ଷରୁ କୋଷାଧ୍ୟକ୍ଷ ଅରୁଣ ଧୁମଲ ଏହି ଆବେଦନପତ୍ର ଦାଖଲ କରିଛନ୍ତି ।

ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ

ଲୋଧା କମିଟିର ସୁପାରିଶକୁ ଗତବର୍ଷ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ । ଏଥିସହିତ ବିସିସିଆଇ ସମ୍ବିଧାନରେ ସଂସ୍କାର ନେଇ କିଛି ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାପରେ ଗତ ଡିସେମ୍ବରରେ ହୋଇଥିବା ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ସୁପ୍ରିମକୋର୍ଟ ଦ୍ବାରା ପ୍ରସ୍ତାବିତ ସଂସ୍କାର ଗୃହୀତ ହୋଇଥିଲା ।

ଗତବର୍ଷ ଅକ୍ଟୋବରରେ ସୌରଭ ଗାଙ୍ଗୁଲି ବିସିସିଆଇ ସଭାପତି ଓ ଜୟ ଶାହା ସମ୍ପାଦକ ଭାବେ ସର୍ବମମ୍ମତିରେ ନିର୍ବାଚିତ ହୋଇଥିଲେ । ଚଳିତ ବର୍ଷ ଜୁନ-ଜୁଲାଇରେ ଉଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି । ମାତ୍ର ଅଗଷ୍ଟ 9, 2018ରେ ପ୍ରସ୍ତାବରେ ସଂଶୋଧନ ଦାବି କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛି ବୋର୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.