କଟକ: ଡିସେମ୍ବର ଶେଷ ସପ୍ତାହରେ ବସିବ ବିସିସିଆଇର ବାର୍ଷିକ ସାଧାରଣ ବୈଠକ(ଏଜିଏମ) । ଏହି ବୈଠକରେ ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)ର ଯୋଜନା ଓ ଦାବି ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ବିସିସିଆଇ ଏଜିଏମ ବୈଠକରେ ଏକାଧିକ ରାଜ୍ୟ କ୍ରୀଡା ସଂଘକୁ ମିଳିବ ଅନେକ ଲାଭ । ଏହି କ୍ରମରେ ଓଡିଶା କ୍ରିକେଟ ସଂଘର ଭାଗରେ କେଉଁ କାର୍ଯ୍ୟକ୍ରମ ମିଳିବ ତାକୁ ନେଇ ଚର୍ଚ୍ଚା । କେଉଁ ପ୍ରସଙ୍ଗରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବେଶୀ ଫୋକସ କରିବ ଓସିଏ । ତାକୁ ନେଇ ମତ ରଖିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ।
ବିସିସିଆଇ ଏଜିଏମ ବୈଠକ, ଓସିଏକୁ ଟେଷ୍ଟ ଫେରିବା ଆବଶ୍ୟକ ଓସିଏକୁ ଟେଷ୍ଟ ଫେରିବା ନିହାତି ଆବଶ୍ୟକ । ଅନେକ ବର୍ଷ ହେବ ଓସିଏ(ବାରବାଟୀ)କୁ ଟେଷ୍ଟ ଭେନ୍ୟୁରେ ସାମିଲ କରିନି ବିସିସିଆଇ । ବାରବାଟୀରେ ଟେଷ୍ଟ ମ୍ୟାଚ ପାଇଁ ଓସିଏ ପକ୍ଷରୁ ସମସ୍ତ ଭିତ୍ତିଭୂମି ଉପଲବ୍ଧ ରହିଛି । ଏହି ପିଚ ମଧ୍ୟ ଭାରତକୁ ବେଶ ସୁହାଇଥାଏ । ଫଳରେ ଓସିଏକୁ ବିସିସିଆଇ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଭେନ୍ୟୁ କରିବା ଆବଶ୍ୟକ ବୋଲି ପୂର୍ବତନ ରଣଜୀ ଖେଳାଳି ମତ ଦେଇଛନ୍ତି । ଏଥିସହ ବାରବାଟୀରେ ଅଧିକ ମ୍ୟାଚ ଖେଳାଯିବା ଦ୍ବାରା ଘରୋଇ କ୍ରିକେଟର ମଧ୍ୟ ଅଧିକ ଶିଖିବାକୁ ପାଇବେ । ଅଧିକ ପ୍ରତିନ୍ଦ୍ବନ୍ଦୀତା ମୂଳକ ପରିବେଶ ସୃଷ୍ଟି ହେଲେ, ଓଡିଶା ବିଭିନ୍ନ ଘରୋଇ ସିଜିନରେ ମଧ୍ୟ ଭଲ ପଦର୍ଶନ କରିବ । ସେଥିପାଇଁ ଓସିଏ ପକ୍ଷରୁ ବିସିସିଆଇ କମିଟି ସହ ବାରବାଟୀକୁ ଟେଷ୍ଟ ଫେରିବା ନେଇ ଆଲୋଚନା କରିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ