ETV Bharat / sports

ୟୁଏଇରେ ବିସିସିଆଇ ଟିମ, ଇସିବି ସହ ଆୟୋଜକ ଚୁକ୍ତି

ଭାରତ ଓ ୟୁଏଇ ମଧ୍ୟରେ କ୍ରିକେଟ ସଂପର୍କକୁ ଆହୁରି ମଜଭୁତ କରିବାକୁ ହୋଇଛି ମହତ୍ତ୍ବପୂର୍ଣ୍ଣ ଡିଲ୍ । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ଟ୍ବିଟ ଅନୁଯାୟୀ, ଉଭୟ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ଅଧିକ କ୍ରିକେଟ ଇଭେଣ୍ଟ ଆୟୋଜନ ପାଇଁ ଚୁକ୍ତି ହୋଇଛି ।

author img

By

Published : Sep 19, 2020, 3:23 PM IST

BCCI, Emirates Cricket Board sign MoU and hosting  agreement to boost cricket between India-UAE
ୟୁଏଇରେ ବିସିସିଆଇ ଟିମ, ଇସିବି ସହ ଆୟୋଜକ ଚୁକ୍ତି

ଆବୁଧାବି: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ ଏମିରେଟସ କ୍ରିକେଟ ବୋର୍ଡ(ଇସିବି) ମଧ୍ୟରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଚୁକ୍ତି । ଉଭୟ ଦେଶ ମଧ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ଆଇପିଏଲ ପାଇଁ ୟୁଏଇରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ଶାହା, ଓ କୋଷାଧ୍ୟକ୍ଷ ଅରୁଣ ଧୁମଲଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ରହିଛନ୍ତି ।

ଏହି ମୌକାରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛି ବିସିସିଆଇ । ୟୁଏଇରୁ ପରୋକ୍ଷରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ପାନେ ଦେବାକୁ ଯାଉଛି ବିସିସିଆଇ ।

ଭାରତ ଓ ୟୁଏଇ ମଧ୍ୟରେ କ୍ରିକେଟ ସଂପର୍କକୁ ଆହୁରି ମଜଭୁତ କରିବାକୁ ହୋଇଛି ମହତ୍ବପୂର୍ଣ୍ଣ ଡିଲ୍ । ବିସିସିଆଇ ସମ୍ପାଦକ ଜୟ ଶାହାଙ୍କ ଟ୍ବିଟ ଅନୁଯାୟୀ, ଉଭୟ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ଅଧିକ କ୍ରିକେଟ ଇଭେଣ୍ଟ ଆୟୋଜନ ପାଇଁ ଚୁକ୍ତି ହୋଇଛି । ଏମିରେଟସ କ୍ରିକେଟ ବୋର୍ଡ ଭାଇସ ଚେୟାରମ୍ୟାନ ଖାଲିଦ ଅଲ ଜାରୋନି ଏହି ଚୁକ୍ତି ସମୟରେ ବୋର୍ଡ ପକ୍ଷରୁ ଉପସ୍ଥିତ ରହିଥିଲେ । ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ୟୁଏଇର ଷ୍ଟାଡିୟମ ଗୁଡିକୁ ନିରପେକ୍ଷ ଭେନ୍ୟୁ ଭାବେ ଗ୍ରହଣ କରିବା ସହ କ୍ରିକେଟ ସିରିଜ ଆୟୋଜନ କରୁଥିଲା ।

ଆଇପିଏଲର 13ତମ ସଂସ୍କରଣ ୟୁଏଇର 3ଟି ଷ୍ଟାଡିୟମ(ଆବୁଧାବି, ଦୁବାଇ, ସାରଜାହ)ରେ ଖେଳାଯିବ ।

ଦୁବାଇରେ 24ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ, 20ଟି ମ୍ୟାଚ ଆବୁଧାବିରେ ଖେଳାଯିବ । ଅବଶିଷ୍ଟ 12ଟି ମ୍ୟାଚ ସାରଜାହରେ ଖେଳାଯିବ । ତେବେ ପ୍ଲେ-ଅଫ ପର୍ଯ୍ୟାୟର ସୂଚୀ ଟୁର୍ଣ୍ଣାମେଣ୍ଟ ମଧ୍ୟରେ ବିସିସିଆଇ ପକ୍ଷରୁ ଘୋଷଣା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.