ETV Bharat / sports

ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜ ଆଗକୁ ଖେଳାଯିବ: ବିସିସିଆଇ

author img

By

Published : Mar 13, 2020, 9:48 PM IST

ଦ.ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜ ଆଗାମୀ ଦିନରେ ଖେଳାଯିବ ବୋଲି ଶୁକ୍ରବାର ବିସିସିଆଇ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜରିଆରେ କୁହାଯାଇଛି । ଅଧିକ ପଢନ୍ତୁ...

bcci-csa-announce-the-rescheduling-of-the-ongoing-odi-series
ପୁନଃନିର୍ଦ୍ଧାରଣ ହେଲା ଦ.ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜର ତାରିଖ

ମୁମ୍ବାଇ: ଶୁକ୍ରବାର ମହାମାରୀ କୋରୋନା ନେଇ ଇଣ୍ଡିଆନ ପ୍ରିମିୟିର ଲିଗର ଚଳିତ ସଂସ୍କରଣ ବାତିଲ ହେବା ପରେ ଦ.ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ସିରିଜର ବାକି ଦୁଇଟି ମ୍ୟାଚ ବାତିଲ ହେବା ନେଇ ଚର୍ଚ୍ଚା ହୋଇଥିଲା । ମାତ୍ର ଏହାକୁ ଖଣ୍ଡନ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ।

ତେବେ ଏହି ଘରୋଇ ଦିନିକିଆ ସିରିଜ ଆଗାମୀ ଦିନରେ ଖେଳାଯିବ ବୋଲି ଶୁକ୍ରାବର ବିସିସିଆଇ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜରିଆରେ କୁହାଯାଇଛି । ଯଦିଓ ସିରିଜ ନେଇ କୌଣସି ନିର୍ଦ୍ଧିଷ୍ଟ ସମୟ ବା ତାରିଖ ଘୋଷଣା ହୋଇ ନାହିଁ । ମାତ୍ର ପୁନଃ ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସି ଦିନିକିଆ ସିରିଜ ଖେଳିବ ବୋଲି ବିସିସିଆଇ କହିଛି ।

ଉଲ୍ଲେଖଥାଉ କି, ଧର୍ମଶାଳାରେ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବା ପରେ ସିରିଜର 2ୟ ଓ 3ୟ ମ୍ୟାଚ ଯଥାକ୍ରମେ ଲକ୍ଷ୍ନୌ ଓ କୋଲକତାରେ ଖେଳାଯିବାର ଥିଲା । ସେହିପରି ଏହା ପୂର୍ବରୁ ବାକି ଥିବା ମ୍ୟାଚ ଦୁଇଟି ବିନା ଦର୍ଶକରେ ଖେଳାଯିବାର ଯୋଜନା କରିଯାଇଥିବା ବିସିସିଆଇ ପକ୍ଷରୁ ସୂଚନା ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.