ETV Bharat / sports

ସ୍ଥଗିତ ହେଲା ବିସିସିଆଇର ବାର୍ଷିକ ସାଧାରଣ ବୈଠକ

author img

By

Published : Sep 12, 2020, 2:36 PM IST

କୋଭିଡ-19 ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ ରହିଛି । ବିସିସିଆଇ ସମ୍ପାଦକ ଜୟ ଶାହ ଦେଲେ ସୂଚନା । ଅଧିକ ପଢ଼ନ୍ତୁ...

BCCI Annual General Meeting, BCCI AGM postponed indefinitely, Board tells state units, ସ୍ଥଗିତ ହେଲା ବିସିସିଆଇର ବାର୍ଷିକ ସାଧାରଣ ବୈଠକ, ବିସିସିଆଇ ସମ୍ପାଦକ ଜୟ ଶାହ, ବିସିସିଆଇର ବାର୍ଷିକ ସାଧାରଣ ବୈଠକ
ସ୍ଥଗିତ ହେଲା ବିସିସିଆଇର ବାର୍ଷିକ ସାଧାରଣ ବୈଠକ

ନୂଆଦିଲ୍ଲୀ: ବିସିସିଆଇର ବାର୍ଷିକ ସାଧାରଣ ବୈଠକ (Annual General Meeting) କୋଭିଡ-19 ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହ ବିସିସିଆଇର ରାଜ୍ୟ ଅନୁବନ୍ଧିତ ଅଧିକାରୀଙ୍କୁ ଚିଠି ଲେଖି କହିଛନ୍ତି ଯେ ତାମିଲନାଡୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତାମିଲନାଡୁ ସୋସାଇଟି ପଞ୍ଜୀକରଣ ଅଧିନିୟମ, 1975 ଅନୁଯାୟୀ ପଞ୍ଜୀକୃତ ସୋସାଇଟିର ବାର୍ଷିକ ସାଧାରଣ ବୈଠକ ଅନଲାଇନରେ ହୋଇପାରିବ ନାହିଁ ।

ଶାହ ଏହା ମଧ୍ୟ କହିଛନ୍ତି ଯେ ତାମିଲନାଡୁ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟ, 1975 ଅନୁଯାୟୀ ପଞ୍ଜୀକୃତ ହୋଇଥିବା ସମସ୍ତ ସୋସାଇଟିକୁ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ତିନି ମାସର ସମ୍ପ୍ରସାରଣ ପ୍ରଦାନ କରାଯାଇଛି ।

ବିସିସିଆଇର ନିୟମ ଏବଂ ନିୟମାବଳୀ ଅନୁସାରେ ପ୍ରତିବର୍ଷ ସେପ୍ଟେମ୍ବର 30 ସୁଦ୍ଧା ଏହି ରଖିବା ଆବଶ୍ୟକ । ‘‘କୋଭିଡ-19 ମହାମାରୀ ହେତୁ ତାମିଲନାଡ଼ୁ ସରକାରଙ୍କ ପଞ୍ଜୀକରଣ ବିଭାଗ, 29 ଜୁଲାଇ 2020 ତାରିଖରେ ଜାରି କରିଥିବା ତାଙ୍କ ପ୍ରେସ ବିଜ୍ଞପ୍ତିରେ ପଞ୍ଜୀକୃତ ସୋସାଇଟିର ସମୟସୀମା ତାମିଲନାଡୁ ସୋସାଇଟି ପଞ୍ଜୀକରଣ ଅଧିନିୟମ, 1975 ଅନୁଯାୟୀ ସେପ୍ଟେମ୍ବର 2020ରୁ ଡିସେମ୍ବର 2020 ପର୍ଯ୍ୟନ୍ତ 3 ମାସ ବଢ଼ାଇ ଦେଇଛନ୍ତି ।’’ ବୋଲି ଶାହ ଚିଠିରେ କହିଛନ୍ତି ।

ସେ କହିଛନ୍ତି, ‘‘ଆମେ ପ୍ରେସ ବିଜ୍ଞପ୍ତିର ପ୍ରଯୁଜ୍ୟତା ଏବଂ ବିସିସିଆଇରେ ବିଜ୍ଞପ୍ତି ସମ୍ବନ୍ଧରେ ଆଇନଗତ ମତାମତ ଲୋଡିଛୁ ଏବଂ ସେମାନଙ୍କ ଦୃଷ୍ଟିକୋଣରୁ ଏହା ପ୍ରଯୁଜ୍ୟ ଏବଂ 30 ସେପ୍ଟେମ୍ବର 2020 ସୁଦ୍ଧା ଏହାର ବାର୍ଷିକ ସାଧାରଣ ବୈଠକ କରିବା ପାଇଁ ବିସିସିଆଇର ଆବଶ୍ୟକତା ନାହିଁ।’’

‘‘ତେଣୁ ଆପଣଙ୍କୁ ଏଠାରେ ସୂଚୀତ କରାଯାଉଛି ଯେ 30 ସେପ୍ଟେମ୍ବର 2020 ସୁଦ୍ଧା ବିସିସିଆଇ ଏହାର ବାର୍ଷିକ ସାଧାରଣ ବୈଠକ କରିବ ନାହିଁ । ବୈଠକର ପରବର୍ତ୍ତୀ ତାରିଖ ନେଇ ଆମେ ଆପଣଙ୍କୁ ଅବଗତ କରାଇବୁ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.