ETV Bharat / sports

ବିସିସିଆଇର ଘୋଷଣା, 6ବର୍ଷ ପରେ ଟେଷ୍ଟ ଖେଳିବ ମହିଳା ଟିମ ଇଣ୍ଡିଆ

ବିସିସିଆଇର ଘୋଷଣା, 6 ବର୍ଷ ପରେ ଟେଷ୍ଟ ଖେଳିବ ମହିଳା ଟିମ ଇଣ୍ଡିଆ ।

author img

By

Published : Mar 8, 2021, 9:21 PM IST

BCCI announces one-off Test between India women and England
ବିସିସିଆଇର ଘୋଷଣା, 6ବର୍ଷ ପରେ ଟେଷ୍ଟ ଖେଳିବ ମହିଳା ଟିମ ଇଣ୍ଡିଆ

ମୁମ୍ବାଇ: ଖୁବଶୀଘ୍ର ପୁଣିଥରେ ଧଳା ଜର୍ସିରେ ନଜର ଆସିବେ ଭାରତୀୟ ମହିଳା କ୍ରିକେଟ ଟିମ । ଭେଟେରାନ ମିତାଲି ରାଜଙ୍କ ନେତୃତ୍ବରେ, ଇଂଲଣ୍ଡ ବିପକ୍ଷରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବ ଭାରତ ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସମ୍ପାଦକ ଜୟ ଶାହା ଟ୍ବିଟ ଯୋଗେ ଏନେଇ ଔପଚାରିକ ଘୋଷଣା କରିଛନ୍ତି । ତେବେ ଶାହା ମ୍ୟାଚ ଖେଳାଯିବାକୁ ଥିବା ଭେନ୍ୟୁ ଘୋଷଣା କରିନଥିଲେ ମଧ୍ୟ ଜୁନ୍‌ କିମ୍ବା ଜୁଲାଇରେ ଭାରତୀୟ ଦଳ ୟୁକେ ଗସ୍ତ ସମୟରେ ଖେଳାଯାଇପାରେ ।

ଡିସେମ୍ବର 2014ରେ ମହୀଶୂରରେ ମିତାଲି ରାଜଙ୍କ ନେତୃତ୍ବରେ ଭାରତୀୟ ଟିମ ଶେଷ ଟେଷ୍ଟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲା । ପ୍ରାୟ 6 ବର୍ଷର ବିରତ ପରେ ଟେଷ୍ଟ ମ୍ୟାଚ ଖେଳିବା ଭାରତ ।

ବର୍ତ୍ତମାନ ଭାରତୀୟ ମହିଳା ଟିମ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲକ୍ଷ୍ନୌରେ ପ୍ରାୟ 12 ମାସର କୋଭିଡ-19 ବିରତି ପରେ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.