ETV Bharat / sports

ମହିଳା ଟି-20 ଚ୍ୟାଲେଞ୍ଜ 2020ର ମୁଖ୍ୟ ପ୍ରାୟୋଜକ ଜିଓ

ମହିଳା ଟି-20 ଚ୍ୟାଲେଞ୍ଜ 2020 ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହୋଇଛି ଜିଓ । ଅଧିକ ପଢନ୍ତୁ...

BCCI announces Jio as title sponsor for 2020 Women's T20 Challenge
ମହିଳା ଟି-20 ଚ୍ୟାଲେଞ୍ଜ 2020ର ମୁଖ୍ୟ ପ୍ରାୟୋଜକ ଜିଓ
author img

By

Published : Nov 1, 2020, 5:04 PM IST

ମୁମ୍ବାଇ: ମହିଳା ଟି-20 ଚ୍ୟାଲେଞ୍ଜର ଆଗାମୀ ସଂସ୍କରଣର ମୁଖ୍ୟ ପ୍ରାୟୋଜକ ହୋଇଛି ଜିଓ । ରବିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା ହୋଇଛି ।

ଏହି ଚୁକ୍ତି ଅନୁଯାୟୀ, ରିଲିଆନ୍ସ ଫାଉଣ୍ଡେସନ ଏଜୁକେସନ ଓ ସ୍ପୋର୍ଟ୍ସ ଫର ଅଲ୍(RF ESA)କୁ ସହାୟତା ଯୋଗାଇବ । ଏହା ଏକ ଐତିହାସିକ ଚୁକ୍ତି । କାରଣ ମହିଳା କ୍ରିକେଟ ମ୍ୟାଚ ପାଇଁ ପ୍ରଥମ ଥର ପାଇଁ ବିସିସିଆଇ ସିଧାସଳଖ କୌଣସି ମୁଖ୍ୟ ପ୍ରାୟୋଜକ ଚୁକ୍ତି କରିଛି ।

"କ୍ରିକେଟର ସମସ୍ତ ଫର୍ମାଟକୁ ବିସିସିଆଇ ଗୁରୁତ୍ବ ଦେଇ ଆସୁଛି । ତେବେ ମହିଳା କ୍ରିକେଟ ମ୍ୟାଚ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଜିଓ ମହିଳା ଟି-20 ଚ୍ୟାଲେଞ୍ଜ ଅଧିକ ଯୁବ ପ୍ରତିଭାବାନ ମହିଳା ଖେଳାଳିଙ୍କୁ ଏହି ଖେଳ ପ୍ରତି ଆକୃଷ୍ଟ କରିବ ବୋଲି ଆଶା । ଏଥିସହ ପିତାମାତାଙ୍କ ପାଇଁ ମଧ୍ୟ କ୍ରିକେଟରେ ଝିଅ କ୍ୟାରିୟର କରିପାରିବେ ବୋଲି ଆତ୍ମବିଶ୍ବାସ ଆସିବ ," ଏକ ଅଫିସିଆଲ ଘୋଷଣାନାମାରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହା କହିଛନ୍ତି ।

ଜିଓ ସହ ମୁଖ୍ୟ ପ୍ରାୟୋଜକ ଚୁକ୍ତି କରିବା ଦ୍ବାରା ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଆହୁରି ଶକ୍ତିଶାଳି କରାଇବ ବୋଲି କହିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା ।

ମହିଳା ଟି-20 ଚ୍ୟାଲେଞ୍ଜ ନଭେମ୍ବର 4ରୁ 9 ପର୍ଯ୍ୟନ୍ତ ଶାରଜାହରେ ଖେଳାଯିବ । 3ଟି ଟିମ (ଟ୍ରେଲବ୍ଲେଜର୍ସ, ସୁପରନୋଭାସ ଓ ଭେଲୋସିଟି) ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.