ETV Bharat / sports

ବିସିସିଆଇ ବୈଠକ: ଆଇସିସି ଇଭେଣ୍ଟରେ ସରକାରଙ୍କୁ ଟାକ୍ସ ରିହାତି ଅନୁରୋଧ ନିଷ୍ପତ୍ତି - ଆଇସିସି ଇଭେଣ୍ଟରେ ଟାକ୍ସ ରିହାତି

2028 ଲସ୍ ଆଞ୍ଜେଲିସ ଅଲମ୍ପିକ ଗେମ୍ସରେ କ୍ରିକେଟ ସାମିଲ ପ୍ରସ୍ତାବ ରହିଛି । ତେବେ ଭାରତୀୟ ଅଲମ୍ପିକ ଆସୋସିଏସନ ସହ ଆଲୋଚନା ପରେ ଚିତ୍ର ସ୍ପଷ୍ଟ ହେବ । ଅଧିକ ପଢନ୍ତୁ...

BCCI AGM: Two new IPL teams from 2022, board to discuss tax exemption for ICC events with govt
ବିସିସିଆଇ ବୈଠକ: ଆଇସିସି ଇଭେଣ୍ଟରେ ସରକାରଙ୍କୁ ଟାକ୍ସ ରିହାତି ଅନୁରୋଧ ନିଷ୍ପତ୍ତି
author img

By

Published : Dec 24, 2020, 7:48 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର 89ତମ ବାର୍ଷିକ ସାଧାରଣ ବୈଠକ ଗୁରୁବାର ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ରାଜୀବ ଶୁକ୍ଳା ଔପଚାରିକ ଭାବେ ବୋର୍ଡର ଉପ-ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଏଥିସହ 2022 ସଂସ୍କରଣର ଆଇପିଏଲରେ ଅଧିକ ଦୁଇଟି ଟିମ ଅର୍ଥାତ 10ଟି ଟିମ ଖେଳିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

ଭାରତରେ ଖେଳାଯିବାକୁ ଥିବା ଦୁଇଟି ଆଇସିସି ଇଭେଣ୍ଟ- 2021 ଟି-20 ବିଶ୍ବକପ ଓ 2023 50 ଓଭର ବିଶ୍ବକପ ପାଇଁ ସମସ୍ତ ପ୍ରକାର ପ୍ରମୁଖ ଟାକ୍ସ ରିହାତି ନେଇ ସରକାରଙ୍କୁ ବୋର୍ଡ ପକ୍ଷରୁ ଅନୁରୋଧ କରିବାକୁ ନେଇ ନିଷ୍ପତ୍ତି ହୋଇଛି ।

ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବୈଠକରେ ଉପସ୍ଥିତ ଥିବା ଜଣେ ବୋର୍ଡ ସଦସ୍ୟ କହିଛନ୍ତି, ଭାରତ ଆୟୋଜନ ଥିବା ଦୁଇଟି ଆଇସିସି ଇଭେଣ୍ଟର ଟାକ୍ସ ରିହାତି ପାଇଁ ସମ୍ପାଦକ ଜୟ ଶାହ ଓ କୋଷାଧ୍ୟକ୍ଷ ସରକାରଙ୍କ ସହ ଆଲୋଚନା କରିବେ କରିବେ । ଯଦି ସରକାର ସହମତି ପ୍ରକାଶ ନ କରନ୍ତି, ତେବେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ପରେ ଅଧିକ ଆଲୋଚନା ହେବ ।

ଭାରତ 2021 ଟି-20 ବିଶ୍ବକପ ଓ 2023 50 ଓଭର ବିଶ୍ବକପ ଆୟୋଜନ କରିବ ।

ଅନ୍ୟପଟେ ଅଲମ୍ପିକ୍ସରେ କ୍ରିକେଟ ସାମିଲ ନେଇ ମଧ୍ୟ ଚର୍ଚ୍ଚା ହୋଇଛି । 2028 ଲସ୍ ଆଞ୍ଜେଲିସ ଅଲମ୍ପିକ ଗେମ୍ସରେ କ୍ରିକେଟ ସାମିଲ ପ୍ରସ୍ତାବ ରହିଛି । ତେବେ ଭାରତୀୟ ଅଲମ୍ପିକ ଆସୋସିଏସନ ସହ ଆଲୋଚନା ଓ ଆୟ ବଣ୍ଟନ ପ୍ରକ୍ରିୟା ପରେ ସ୍ପଷ୍ଟ ହୋଇପାରିବ ବୋଲି ସେ କହିଛନ୍ତି । ଏହା ଏକ ଭଲ ବିଚାର ମାତ୍ର ଆଇଓଏ ସହ ଆଲୋଚନା ପରେ ନିଷ୍ପତ୍ତି ହେବ ।

ଏଥିସହ ଘରୋଇ ଖେଳାଳି ପୂର୍ବପରି ତାଙ୍କର ଦରମା ପାଇବେ । କୋରୋନା ଭାଇରସ ଯୋଗୁଁ ଘରୋଇ ସିଜିନ ପ୍ରଭାବିତ ହୋଇଥିବା ସତ୍ତ୍ବେ ଖେଳାଳିଙ୍କ ଦରମା ପ୍ରଭାବିତ ହେବନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.