ଢାକା: ମହାମାରୀ କୋରୋନା ଭାଇରସ କାରଣରୁ ବାଂଲାଦେଶ ପ୍ରିମିୟର ଲିଗ(BPL)ର 2020-21 ସଂସ୍କରଣ ସ୍ଥଗିତ ଘୋଷଣା । ଦେଶରେ କୋରୋନା ସ୍ଥିତି ଗମ୍ଭୀର ଥିବାରୁ, ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ପକ୍ଷରୁ ଏହି ଘୋଷଣା କରାଯାଇଛି ।
ବିସିବି ସଭାପତି ନଜମୁଲ ହସନଙ୍କ ଅନୁଯାୟୀ, ବିଦେଶୀ ଖେଳାଳି ଓ ପ୍ରସାରଣକାରୀ ସଂସ୍ଥା ଅସୁବିଧା ଯୋଗୁଁ ଟୁର୍ଣ୍ଣାମେଣ୍ଟ ଆୟୋଜନ କଷ୍ଟକର ।
ସବୁକିଛି ପରିବେଶ ଓ ପରିସ୍ଥିତି ଉପରେ ନିର୍ଭର କରେ, ମାତ୍ର ଚଳିତ ବର୍ଷ ବିପିଏଲ ଆୟୋଜନ ହେବନାହିଁ ବୋଲି ହସନ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ