ଢାକା: ବାଂଲାଦେଶର ଟେଷ୍ଟ ଅଧିନାୟକ ମୋମିନୁଲ ହକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଓ ହୋମ ଆଇସୋଲେସନରେ ରହିଥିବା ନେଇ ସୂଚନା ମିଳିଛି ।
ଜଣେ ବରିଷ୍ଠ ଖେଳାଳି ମହମୁଦୁଲ୍ଲା ରିୟାଦଙ୍କ ସଂସ୍ପର୍ଶରେ ଆସିବା ପରେ ହକଙ୍କ କୋରୋନା ରିପୋର୍ଟ ପଜିଟିଭି ଆସିଥିଲା । ଯାହା ଫଳରେ ସେ ପାକିସ୍ତାନ ସୁପର ଲିଗ୍ ପ୍ଲେ-ଅଫ୍ ରୁ ବଞ୍ଚିତ ହୋଇଛନ୍ତି।
ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)ର ମୁଖ୍ୟ ଫିଜିସିଆନ ଡ଼ ଦେବାଶିଷ ଚୌଧରୀ ମୋମିନିଲଙ୍କ ରିପୋର୍ଟ ପଜିଟିଭି ଆସିଥିବା ନେଇ ସୂଚନା ଦେଇଛନ୍ତି ।
ହକ ମଧ୍ୟ ଏନେଇ ସୂଚନା ଦେଇ କହିଛନ୍ତି ଯେ ତାଙ୍କର ସାମାନ୍ୟ ଜ୍ବର ଦେଖା ଦେବାରୁ ସେ ପରୀକ୍ଷା କରାଇଥିଲେ ।
‘‘ମୁଁ ଗତକାଲି ଜାଣିବାକୁ ପାଇଲି ଯେ ମୋର କୋରୋନା ରିପୋର୍ଟ ପଜିଟିଭ ଆସିଛି । ଗତ ଦୁଇଦିନ ଧରି ମତେ ଜ୍ବର ହେଉଥିଲା । ଆଜି ମଧ୍ୟ ମୋର ସାମାନ୍ୟ ଜ୍ବର ରହିଛି । ନଚେତ ମୋର ଅନ୍ୟ କୌଣସି ଲକ୍ଷଣ ନାହିଁ,’’ ବୋଲି ହକ କହିଛନ୍ତି ।
ବଙ୍ଗବନ୍ଧୁ ଟି-20 କପରେ ତାଙ୍କ ଖେଳିବା ନେଇ ଆଶଙ୍କା ଶୃଷ୍ଟି ହୋଇଛି । ଅନ୍ୟ ବାଂଲାଦେଶ ଖେଳାଳିଙ୍କ ମଧ୍ୟରୁ ମାଶରାଫେ ମୋରତାଜା, ଅବୁ ଜୟେଦ ଓ ଶୈଫ ହସନ ମଧ୍ୟ କୋରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି ।