ନୂଆଦିଲ୍ଲୀ: ଭାରତ ବିପକ୍ଷରେ କ୍ରିକେଟ ସିରିଜ ଖେଳିବା ପାଇଁ ନୂଆଦିଲ୍ଲୀରେ ପହଞ୍ଚିଯାଇଛନ୍ତି ବାଂଲାଦେଶ କ୍ରିକେଟ ଟିମ । ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରେ ଗତକାଲି ବାଂଲାଦେଶ ଟିମ ପହଞ୍ଚିଥିଲା । ଏହାପରେ ବିମାନବନ୍ଦରରୁ ସିଧାସଳଖ ହୋଟେଲ ଅଭିମୁଖେ ବାହାରିଯାଇଥିଲେ ବାଂଲା ଟିମ ।
ଭାରତ ସହ ବାଂଲାଦେଶ ଟି-20 ସିରିଜ ଓ ଟେଷ୍ଟ ସିରିଜ ଖେଳିବ । ବାଂଲାଦେଶର ଟି-20 ଅଧିନାୟକ ଦାୟିତ୍ବ ମହମ୍ମଦୁଲ୍ଲା ରିୟାଦ ଓ ମୋମିନୁଲ ହକଙ୍କୁ ଟେଷ୍ଟ କ୍ୟାପଟେନ ଦାୟିତ୍ବ ମିଳିଛି ।
ତେବେ ଆଗାମୀ ରବିବାର ଦିନ ନଭେମ୍ବର3ରେ ଭାରତ ବିପକ୍ଷରେ ବାଂଲାଦେଶ ପ୍ରଥମ ଟି-20 ମ୍ୟାଚ ନୂଆଦିଲ୍ଲୀରେ ଖେଳିବ ।