ନୂଆଦିଲ୍ଲୀ: ଆଗାମୀ ମାସରେ ଭାରତ ଗସ୍ତରେ ଆସିବ ବାଂଲାଦେଶ କ୍ରିକେଟ ଟିମ । ସେଥିପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ 15 ଜଣିଆ ଦଳ ଘୋଷଣା କରିଛି । ଦଳକୁ ଫେରିଛନ୍ତି ବାମ ହାତୀ ସ୍ପିନର ଅରଫାତ ସନ୍ନି । 2016 ଟି-20 ବିଶ୍ବକପରେ ବେଆଇନ ବୋଲିଂ ଆକ୍ସନ ପାଇଁ ସନ୍ନି ବାସନ୍ଦ ହୋଇଥିଲେ । ପେସ ବୋଲର ଅଲ ଅମିନ ହିସେନଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଏନେଇ ମୁଖ୍ୟ ଚୟନକର୍ତ୍ତା ମିନହାଜୁଲ ଆବେଦିନ ସୂଚନା ଦେଇଛନ୍ତି ।
ବାଂଲାଦେଶ ଦଳ ଭାରତ ଗସ୍ତରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳିବ । ସିରିଜର ପ୍ରଥମ ମ୍ୟାଚ 3 ନଭେମ୍ବରରେ ଖେଳାଯିବ । ସେହିପରି ନଭେମ୍ବର 7 ଓ 10ରେ ଅନ୍ୟ 2ଟି ମ୍ୟାଚ ଖେଳାଯିବାର କାର୍ଯ୍ୟସୂଚୀ ରହିଛି ।
ବାଂଲାଦେଶ ଦଳ: ସାକିବ ଅଲ ହାସନ (କ୍ୟାପଟେନ), ତମିମ ଇକବାଲ, ଲିଟନ ଦାସ, ସୌମ୍ୟ ସରକାର, ନାଇମ ସୈଖ, ମୁସପିକର ରହିମ(ୱିକେଟ କିପର), ମହମ୍ମଦୁଲ୍ଲା ରିୟାଦ, ଆଫିଫ ହୁସେନ, ମୋସଦେକ ହୁସେନ, ଅମିନୁଲ ଇସଲାମ ବିପ୍ଳବ, ଅରଫଟ ସନ୍ନି, ମହମ୍ମଦ ସୈଫୁଦ୍ଦିନ, ଅଲ-ଅମିନ ହୁସେନ, ମୁସ୍ତାଫିଜୁର ରେହମାନ ଓ ସାଫିଉଲ ଇସଲାମ ।