କଟକ: ଓଡିଶା କ୍ରିକେଟ ପାଇଁ ଖୁସି ଖବର । ବୟସ ଜାଲିଆତି ପ୍ରସଙ୍ଗରେ ବ୍ୟାନ ହୋଇଥିବା ଦୁଇ ଓଡ଼ିଆ କ୍ରିକେଟରଙ୍କୁ ମଧ୍ୟରୁ ରାଜେଶ ମହାନ୍ତିଙ୍କ ଉପରୁ ହଟାଯାଇଛି ବାସନ୍ଦାଦେଶ। ଏହି ସୂଚନା ଦେଇଛି ବିସିସିଆଇ । ବୟସ ଜାଲିଆତି ପ୍ରସଙ୍ଗରେ ଦୁଇ ଓଡିଶା କ୍ରିକେଟରଙ୍କୁ ବ୍ୟାନ କରିଥିଲା ବିସିସିଆଇ । ତେବେ ରାଜେଶଙ୍କୁ ଉପରୁ ବ୍ୟାନ ହଟିଥିବା ବେଳେ, ଅନ୍ୟତମ ଖେଳାଳି ରାଉରକେଲାର କ୍ରିଷ୍ଣା ପଲେଇଙ୍କ ବାବଦରେ କୌଣସି ସୂଚନା ନାହିଁ।
ତେବେ ବ୍ୟାନ ହଟିବା ପରେ ପୁଣି ଓଡିଶା ଦଳକୁ ଫେରିଛନ୍ତି ରାଜେଶ । ବିସିସିଆଇର ସ୍ପଷ୍ଟୀକରଣ ପରେ ରାଜେଶ ସମସ୍ତ ଫର୍ମାଟରେ କ୍ରିକେଟ ଖେଳିପାରିବେ।
କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ