ନୂଆଦିଲ୍ଲୀ: ଭାରତର ପୂର୍ବତନ ୱିକେଟ କିପର କିରନ ମୋରେ କହିଛନ୍ତି ଯେ ଦଳର 1989 ମସିହାରେ ପାକିସ୍ତାନ ଗସ୍ତ ସମୟରେ ବଲ ଟାମ୍ପରିଂ ପ୍ରାୟ ଏକ ନିୟମ ହୋଇଯାଇଥିଲା । ତେବେ ଏଥିପାଇଁ କୌଣସି ପକ୍ଷ ପରସ୍ପର ବିଷୟରେ ରିପୋର୍ଟ କରିନଥିଲେ ଏବଂ ସମସ୍ତେ ଶିଖିଥିଲେ ଯେ ବଲକୁ କିପରି ସ୍କ୍ରାଚ କରିବେ ଓ ରିଭର୍ସ ସ୍ବିଙ୍ଗ କରିବେ ।
‘‘ସେହି ଦିନ ମାନଙ୍କରେ, ବଲ ସ୍କ୍ରାଚ କରିବାକୁ ଅନୁମତି ଦିଆଯାଇଥିଲା, ତେଣୁ ଆପଣଙ୍କୁ ରିଭର୍ସ ସ୍ବିଙ୍ଗ ମିଳୁଥିଲା । ଏହା ଏପରି ଥିଲା ଯେ, ଉଭୟ ପକ୍ଷରୁ କେହି ଅଭିଯୋଗ କରୁନଥିଲେ। ସମସ୍ତେ ବଲ ସ୍କ୍ରାଚ୍ କରି ବଲକୁ ରିଭର୍ସ ସ୍ବିଙ୍ଗ୍ କରୁଥିଲେ। ବ୍ୟାଟିଂ କରିବା କଷ୍ଟକର ଥିଲା, ସହଜ ନଥିଲା। ଏପରିକି ମନୋଜ ପ୍ରଭାକର ମଧ୍ୟ ଆମ ଦଳରେ ସେହି ବଲକୁ କିପରି ସ୍କ୍ରାଚ କରିବେ ତାହା ଶିଖିଲେ, ଏବଂ ସେହି ବଲକୁ ରିଭର୍ସ ସ୍ବିଙ୍ଗ କଲେ । ଆଉ ପାକିସ୍ତାନ ପାଇଁ ଏହା ଚ୍ୟାଲେଞ୍ଜିଙ୍ଗ ଥିଲା,’’ ବୋଲି ମୋରେ ଏକ ଚାଟ ସୋରେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଅମ୍ପାୟାରମାନେ ଏହାର ମୁକାବିଲା କରିବା ପାଇଁ ବହୁତ ଶକ୍ତିହୀନ ଥିଲେ । ଅଧିକାରୀ ମାନେ ଅଧିନାୟକ କୃଷ୍ଣମଚାରୀ ଶ୍ରୀକାନ୍ତ ଏବଂ ଇମ୍ରାନ ଖାନଙ୍କ ସହ କଥାବାର୍ତ୍ତା କରି ଥିବାବେଳେ ଏହା କିନ୍ତୁ ଅଧିକ କିଛି ପରିବର୍ତ୍ତନ କରି ପାରିନଥିଲା ।
ଏହି ସିରିଜରେ ସଚିନ ତେନ୍ଦୁଲକର ଏବଂ ୱକାର ୟୁନିସଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ହୋଇଥିଲା। ସମସ୍ତ ଚାରିଟି ଟେଷ୍ଟ ଅମିମାଂଶିତ ରହିଥିଲା । ସଞ୍ଜୟ ମାଞ୍ଜରେକର 218 ରନ ସହ ସିରିଜର ସର୍ବାଧିକ ରନ୍ ସ୍କୋରର ହୋଇଥିବାବେଳେ ଶୋଏବ ମହମ୍ମଦ 203 ରନ ସହ ପାକିସ୍ତାନ ପାଇଁ ସର୍ବାଧିକ ସ୍କୋରର ହୋଇଥିଲେ। ୱାସିମ ଆକ୍ରାମ 18 ସ୍କାଲପ ସହ ସର୍ବାଧିକ ୱିକେଟ ନେଇଥିବାବେଳେ ପ୍ରଭାକର 16 ଟି ୱିକେଟ ନେଇ ଭାରତ ପାଇଁ ସର୍ବାଧିକ ୱିକେଟ ନେଇଥିଲେ। ପରବର୍ତ୍ତୀ ଚାରି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ପାକିସ୍ତାନ ୨-୧ରେ ଜିତିଥିଲା।@IANS