ETV Bharat / sports

ସର୍ଫରାଜଙ୍କୁ ପିସିବିର ଛାଟ, ଟେଷ୍ଟ ଓ ଟି-20ର ଅଧିନାୟକ ହେଲେ ଅଜହର-ବାବାର

author img

By

Published : Oct 18, 2019, 4:49 PM IST

ସର୍ଫରାଜ ଅହମ୍ମଦଙ୍କ ନେତୃତ୍ବରେ ପାକ୍‌ ଚଳିତ ବିଶ୍ବକପ୍‌ରେ ନିରାଶଜନକ ପ୍ରଦର୍ଶନ ପରେ ଆଜି ତାଙ୍କୁ ଟେଷ୍ଟ ଓ ଟି-20ର ଅଧିନାୟକ ଦାୟିତ୍ବରୁ ହଟାଇଛି ପିସିବି । ତାଙ୍କ ସ୍ଥାନରେ  ଟେଷ୍ଟ କ୍ରିକେଟର ଦାୟିତ୍ବ ନେଇଛନ୍ତି ଅଜହର ଅଲ୍ଲୀ । ସେହିପରି ବାବାର ଆଜମଙ୍କ କାନ୍ଧରେ ଟି-20 ଫର୍ମାଟର ଗୁରୁ ଦାୟିତ୍ବ ଦିଆଯାଇଛି ।

pcb

ଲାହୋର: ସର୍ଫରାଜଙ୍କ କାନ୍ଧରୁ ଖସିଲା ଅଧିନାୟକ ଦାୟିତ୍ବ । ତାଙ୍କ ସ୍ଥାନରେ ଟେଷ୍ଟ କ୍ରିକେଟର ଦାୟିତ୍ବ ନେଇଛନ୍ତି ଅଜହର ଅଲ୍ଲୀ ଓ ବାବାର ଆଜମଙ୍କୁ ଆଗାମୀ ଟ-20 ବିଶ୍ବକପ ଯାଏଁ ଅଧିନାୟକ ଦାୟିତ୍ବ ଦିଆଯାଇଛି ।

pcb
ଫଟୋ ସୌଜନ୍ୟ: ସୋସିଆଲମିଡିଆ@ICC

ତେବେ ସର୍ଫରାଜ ଅହମ୍ମଦଙ୍କ ନେତୃତ୍ବରେ ପାକ୍‌ ଚଳିତ ବିଶ୍ବକପ୍‌ରେ ଭଲ ପ୍ରଦର୍ଶନ କରି ପାରିଥିଲା । ଏହାପର ଠାରୁ ତାଙ୍କର ଅଧିନାୟକ ଦାୟିଜ୍ବକୁ ନେଇ ପ୍ରଶ୍ନ ଉଠିଥିଲା । ଯାହାର ଫୈସଲା ଆଜି ପିସିବି କରିଛି ।

ସୂଚନା ଥାଉକି ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଟେଷ୍ଟ ମ୍ୟାଚ ଖେଳିବ ପାକିସ୍ତାନ । ସେହି ପାକ୍‌ ଟିମ୍‌ରେ ସର୍ଫରାଜଙ୍କୁ ସାମିଲ କରାଯାଇ ନାହିଁ । ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ଏହସାନ ମନି ନୂଆ ଅଧିନାୟକଙ୍କ ଚୟନକୁ ନେଇ କହିଛନ୍ତି ଯେ, ସର୍ଫରାଜଙ୍କୁ ଅଧିନାୟକ ଦାୟିତ୍ବରୁ ହଟାଇବା ବଡ କଠିନ ନିଷ୍ପତ୍ତି ଥିଲା । କିଛି ଦିନ ହେବ ସେ ଫର୍ମରେ ନଥିଲେ । ଯାହା ଗ୍ରାଉଣ୍ଡରେ ଦେଖିବାକୁ ମିଳୁଥିଲା । ତେଣୁ ଟିମର ଭବିଷ୍ୟତକୁ ଦେଖି ଏପରି ନିଷ୍ପତ୍ତି ନେବାକୁ ପଡିଲା ।

ସୂଚନାଥାଉକି, ସର୍ଫରାଜ ଅଧିନାୟକ ଦାୟିତ୍ବରେ ଥିବା ସମୟରେ 2017ରେ ଚମ୍ପିଆନ ଟ୍ରଫି ପାକ୍‌ ଜିତିଥିଲା । ଏଥିସହ ଟ-20 ମାନ୍ୟତାରେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଥିଲା ।

Intro:Body:

sdsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.