ETV Bharat / sports

ଇଂଲଣ୍ଡରେ ଆସେସ ବଦନାମ !

author img

By

Published : Aug 20, 2019, 10:22 AM IST

Updated : Aug 20, 2019, 4:24 PM IST

ଷ୍ଟିଭ ସ୍ମିଥଙ୍କୁ ଇଂଲିସ ଦର୍ଶକ ଚିଡେଇବା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ । ଇଂଲିସ ଦର୍ଶକଙ୍କ ପାଇଁ ଐତିହାସିକ ଆସେସ ଟେଷ୍ଟ ସିରିଜ ବଦନାମ ହୋଇଛି କହିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମରିସନ ।

ଡିଜାଇନ ଫଟୋ

ଲର୍ଡ୍ସ: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଐତିହାସିକ ଆସେସ ଟେଷ୍ଟ ସିରିଜ । 2ୟ ଟେଷ୍ଟ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯାଇଥିଲା । ତେବେ ଲର୍ଡ୍ସ ଗ୍ରାଉଣ୍ଡରେ ମ୍ୟାଚ ଦେଖୁଥିବା ଇଂଲିସ ଦର୍ଶକଙ୍କ ପାଇଁ ଗୌରବମୟ ଆସେସ ବଦନାମ ହୋଇଛି । ଏହା କହିଛନ୍ତି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମରିସନ ।

ଆସେସ ସିରିଜର 2ୟ ଟେଷ୍ଟ ଡ୍ରରେ ଶେଷ ହୋଇଛି । ତେବେ ଅଷ୍ଟ୍ରେଲିଆର ପ୍ରଥମ ପାଳି ବ୍ୟାଟିଂ ବେଳେ ଜୋଫ୍ରା ଆର୍ଚରଙ୍କ ଏକ ବାଉନ୍ସର ସ୍ମିଥଙ୍କ ବେକରେ ଲାଗିଥିଲା । ବଲଟି ଖୁବ ଜୋରରେ ଆସି ସ୍ମିଥଙ୍କ ହେଲମେଟରେ ଲାଗିଥିଲା । ଫଳରେ ସ୍ମିଥ ତଳେ ପଡିଯାଇଥିଲେ । ପରେ ଅଷ୍ଟ୍ରେଲିଆର ଫିଜିଓ ସ୍ମିଥଙ୍କୁ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ ମାତ୍ର ଏହା ସଫଳ ହୋଇନଥିଲା । ସ୍ମିଥ ରିଟାୟର ହର୍ଟ ହୋଇ ଅଧାରୁ ପ୍ୟାଭିଲୟନ ଫେରିଯାଇଥିଲେ ।

ପରେ ସ୍ମିଥ ପୁଣି ବ୍ୟାଟିଂ ପାଇଁ ଆସିଥିଲେ । ଏବଂ ଦମଦାର 92 ରନର ପାଳିଖେଳିଥିଲେ । ପ୍ରଥମ ଟେଷ୍ଟରେ 2ଟି ପାଳିରେ 2ଟି ଶତକ ହାସଲ କରିଥିବା ସ୍ମିଥ 2ୟ ଟେଷ୍ଟରେ ମାତ୍ର 8 ରନ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ତେବେ ସ୍ମିଥ ଆଉଟ ହୋଇ ଫେରୁଥିବା ବେଳେ, କିଛି ଇଂଲିସ ଦର୍ଶକ ଚିଡାଇବାକୁ ଚେଷ୍ଟା କରିଥିଲେ ।

ଏହି ଘଟଣାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ମରିସନ ଟ୍ବିଟରେ ଲେଖିଛନ୍ତି ଦର୍ଶକଙ୍କୁ ସ୍ମିଥଙ୍କ ଠାରୁ କିଛି ଜିନିଷ ଶିଖିବା ଉଚିତ । ସ୍ମିଥ ଚମ୍ପିଆନ ଖେଳାଳି ଥିଲେ ଓ ଏବେ ବି ଅଛନ୍ତି । ବାସନ୍ଦ ପରେ ଯେପରି ସେ ଟେଷ୍ଟ କ୍ରିକେଟରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ତାହା ଅତ୍ୟନ୍ତ ଉଚ୍ଚକୋଟୀର । ସ୍ମିଥଙ୍କ ପ୍ରଦର୍ଶନ ପ୍ରଶଂସନୀୟ । ଏହା ସହିତ ମରିସନ ଲେଖିଛନ୍ତି ଯେ, ତାଙ୍କର ପୂର୍ଣ୍ଣ ବିଶ୍ବାସ ଅଛି ଅଷ୍ଟ୍ରେଲିଆ, ଆସେସ ଟ୍ରଫି ନେଇ ଫେରିବ । ସେ ଏହାକୁ ଅପେକ୍ଷା କରିଛନ୍ତି ।

Intro:Body:

dfadf

Conclusion:
Last Updated : Aug 20, 2019, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.