ETV Bharat / sports

ସଡ଼କ ସୁରକ୍ଷା ବିଶ୍ବ ଟି-20 ସିରିଜରୁ ଓହରିଲେ କଙ୍ଗାରୁ କ୍ରିକେଟର

ରୋଡ ସେଫ୍ଟି ୱାର୍ଲଡ ଟି-20 ସିରିଜରୁ ଓହରି ଗଲେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର। ଅଷ୍ଟ୍ରେଲିଆର ଶକ୍ତ କୋଭିଡ କଟକଣା ଯୋଗୁଁ ଅଷ୍ଟ୍ରେଲିଆର ସମସ୍ତ କିମ୍ବଦନ୍ତୀ ଖେଳାଳି ଏହି ସିରିଜରୁ ଓହରି ଯାଇଛନ୍ତି। ଅଧିକ ପଢ଼ନ୍ତୁ...

australian legends pull out from road safety world series t 20 due covid pandemic restriction
ସଡ଼କ ସୁରକ୍ଷା ବିଶ୍ବ ଟି-20 ସିରିଜରୁ ଓହରିଲେ କଙ୍ଗାରୁ କ୍ରିକେଟର
author img

By

Published : Feb 15, 2021, 9:25 PM IST

ମୁମ୍ବାଇ: ରୋଡ ସେଫ୍ଟି ୱାର୍ଲଡ ସିରିଜ ଟି-20(ସଡ଼କ ସୁରକ୍ଷା ବିଶ୍ବ ଟି-20 ସିରିଜ)ରୁ ଓହରି ଗଲେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର। ଅଷ୍ଟ୍ରେଲିଆର ଶକ୍ତ କୋଭିଡ କଟକଣା ଯୋଗୁଁ ଅଷ୍ଟ୍ରେଲିଆର ସମସ୍ତ କିମ୍ବଦନ୍ତୀ ଖେଳାଳି ଏହି ସିରିଜରୁ ଓହରି ଯାଇଛନ୍ତି। ମାର୍ଚ୍ଚ 2 ତାରିଖରୁ ଏହି ସିରିଜ ଆରମ୍ଭ ହେବ। ମାର୍ଚ୍ଚ 21 ତାରିଖ ଚାଲିବାକୁ ଥିବା ଏହି ସିରିଜରେ ବହୁ ପୂର୍ବତନ କିମ୍ବଦନ୍ତୀ ଖେଳାଳି ସାମିଲ ହେବେ।

ରାୟପୁରରୁ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଇଂଲଣ୍ଡ ଓ ବାଲାଂଦେଶର ଦୁଇ କିମ୍ବଦନ୍ତୀ ଟିମ ରୋଡ ସେଫ୍ଟି ୱାର୍ଲଡ ସିରିଜ ଟି-20 ସିରିଜରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଟିମ ଏହି ସିରିଜରୁ ଓହରି ଯିବାପରେ ବାଲାଂଦେଶକୁ ଏଥିରେ ସାମିଲ କରାଯାଇଛି।

2020 ମସିହା ମାର୍ଚ୍ଚ 11 ତାରିଖରେ ଏହି ସିରିଜର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା। ତେବେ 4ଟି ମ୍ୟାଚ ଖେଳାଯିବା ପରେ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ସିରିଜ ଅଧାରୁ ବନ୍ଦ ହୋଇଥିଲା। ଏହାସହ ଗତ ବର୍ଷ କୌଣସି ଟୁର୍ଣ୍ଣାମେଣ୍ଟ ବା ସିରିଜ ଖେଳାଯାଇ ପାରିନଥିଲା। ପ୍ରଥମ ସଂସ୍କରଣ ବାକି ଥିବା ସମସ୍ତ ମ୍ୟାଚ ରାୟପୁର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଲିଟିଲ ମାଷ୍ଟର ସୁନିଲ ଗାଭାସ୍କର ଏହି ସିରିଜର କମିଶନର ଦାୟିତ୍ବରେ ରହିଛନ୍ତି। ସେହିଭଳି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏହି ସିରିଜର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି।

ଭାରତରେ କ୍ରିକେଟ ଖେଳର ଅଧିକ ପ୍ରଶଂସକ ରହିଛନ୍ତି। ଏଭଳି ସିରିଜ ମାଧ୍ୟମରେ ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ଆଣିବାକୁ ପ୍ରୟାସ କରାଯିବ। 65 ହଜାର କ୍ଷମତା ବିଶିଷ୍ଠ ଏହି ଷ୍ଟାଡିୟମରେ ଲୋକ ନିଜ ପ୍ରିୟ ଖେଳାଳି ପୁଣି ପଡ଼ିଆରେ ଚୌକା ଛକା ମାରୁଥିବା ଦେଖି ପାରିବେ।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.