ETV Bharat / sports

ଭାରତ ନିୟନ୍ତ୍ରଣରେ ବକ୍ସିଂ ଡେ ଟେଷ୍ଟ: ରାହାଣେଙ୍କ ଶତକ, ଜାଡେଜାଙ୍କ ଧୈର୍ଯ୍ୟପୂର୍ଣ୍ଣ ଇଂନିସ - Australia vs India Day 2

ଭାରତ ନିୟନ୍ତ୍ରଣରେ ବକ୍ସିଂ ଡେ ଟେଷ୍ଟ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର 277/5 ସହ ଅଷ୍ଟ୍ରେଲିଆର ପ୍ରଥମ ଇଂନିସ ସ୍କୋର ଠାରୁ 82 ରନର ଅଗ୍ରଣୀ ଲାଭ କରିଛି ଭାରତ । ଅଧିକ ପଢନ୍ତୁ...

Australia vs India, 2nd Test: Rahane's ton, Jadeja's fight give India control on Day 2
ଭାରତ ନିୟନ୍ତ୍ରଣରେ ବକ୍ସିଂ ଡେ ଟେଷ୍ଟ: ରାହାଣେଙ୍କ ଶତକ, ଜାଡେଜାଙ୍କ ଧୈର୍ଯ୍ୟପୂର୍ଣ୍ଣ ଇଂନିସ
author img

By

Published : Dec 27, 2020, 8:39 PM IST

ମେଲବୋର୍ଣ୍ଣ: ଭାରତ ନିୟନ୍ତ୍ରଣରେ ବକ୍ସିଂ ଡେ ଟେଷ୍ଟ । ଭାରତୀୟ କାମଚଳା ଟେଷ୍ଟ କ୍ୟାପଟେନ ଅଜିଙ୍କ୍ୟ ରାହେଣେଙ୍କ ଅପରାଜିତଙ୍କ ଦମଦାର ଶତକ ବଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଦୃଢ ସ୍ଥିତିରେ ରହିଛି ଭ୍ରମଣକାରୀ ଦଳ ।

Australia vs India, 2nd Test: Rahane's ton, Jadeja's fight give India control on Day 2
ଭାରତ ନିୟନ୍ତ୍ରଣରେ ବକ୍ସିଂ ଡେ ଟେଷ୍ଟ: ରାହାଣେଙ୍କ ଶତକ, ଜାଡେଜାଙ୍କ ଧୈର୍ଯ୍ୟପୂର୍ଣ୍ଣ ଇଂନିସ

ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତର ସ୍କୋର 277/5 ରହିଛି । ଏଥିସହ ଘରୋଇ ଅଷ୍ଟ୍ରେଲିଆର ପ୍ରଥମ ଇଂନିସ ସ୍କୋର ଠାରୁ 82 ରନର ଅଗ୍ରଣୀ ଲାଭ କରିଛି ଭାରତ । ଦ୍ବିତୀୟ ଦିନର ପ୍ରଥମ ଦୁଇଟି ସେସନରେ କଙ୍ଗାରୁ ବୋଲର ଶୀଘ୍ର ଭାରତର ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନଙ୍କ ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । ମାତ୍ର ତୃତୀୟ ସେସନରେ ରାହାଣେ, ଅଲରାଉଣ୍ଡର ଜାଡେଜାଙ୍କ ସହ ମିଶି କଙ୍ଗାରୁ ବୋଲରଙ୍କୁ ଉଚିତ ମୁକାବିଲା କରିଥିଲେ । ରାହାଣେ ଓ ଜାଡେଜାଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହ ଭାରତକୁ ସୁବିଧାଜନକ ସ୍ଥିତିକୁ ନେଇଯାଇଥିଲେ । ଷଷ୍ଠ ୱିକେଟ ଯୋଡିରେ ଉଭୟଙ୍କ ମଧ୍ୟରେ 104 ରନର ଭାଗିଦାରୀ ହୋଇଥିଲା । ଖେଳ ଶେଷ ସୁଦ୍ଧା ରାହାଣେ 104 ଓ ଜାଡେଜା 40 ରନରେ ଅପରାଜିତ ଅଛନ୍ତି ।

ପ୍ରଥମ ଦିନର ଅସମାପ୍ତ ସ୍କୋର 36/1ରୁ ବ୍ୟାଟିଂ ଆରମ୍ଭ କରିଥିଲା ଭାରତ । ଶୁଭମନ ଗିଲ୍ ଓ ଚେତେଶ୍ବର ପୂଜାରା ସତର୍କତାର ସହ ଖେଳି 61 ରନର ଭାଗିଦାରୀ କରିଥିଲେ । ତେବେ କମିନ୍ସ ଗିଲଙ୍କୁ ଆଉଟ କରି ଏହି ଯୋଡିକୁ ଭାଙ୍ଗିଥିଲେ । ଫଳରେ ଡେବ୍ୟୁ ମ୍ୟାଚରେ 45 ରନରେ ପାଭିଲିୟନ ଫେରିବା ସହ ମାତ୍ର 5 ରନ ପାଇଁ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ଅର୍ଦ୍ଧଶତକ ହାସଲରୁ ବଞ୍ଚିତ ହୋଇଥିଲେ ଗିଲ୍ । ପରେ ଅଷ୍ଟ୍ରେଲୀୟ ବୋଲର ୱିକେଟ ହାସଲ ଧାରାକୁ ବଜାୟ ରଖିବାରେ ସଫଳ ହୋଇଥିଲେ । ଏହାର ପରବର୍ତ୍ତୀ ଓଭରରେ 17 ରନରେ ବ୍ୟାଟିଂ କରୁଥିବା ସମୟରେ ପୂଜାରାଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ କମିନ୍ସ । ପରେ ହନୁମା ବିହାରୀନାଥନ ଲାୟନଙ୍କ ବଲରେ ଏକ ଚୌକା ମାରିବାକୁ ପ୍ରୟାସ କରି 21 ରନରେ ନିଜର ୱିକେଟ ହରାଇଥିଲେ ।

ତେବେ ଏହାପରେ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ରାହାଣେଙ୍କ ମିଶି ଭାରତର ସ୍କୋରକୁ ଆଗକୁ ବଢାଇଥିଲେ । ତେବେ ଇଂନିସର 60 ତମ ଓଭରରେ ପନ୍ତ 29 ରନରେ ବ୍ୟାଟିଂ କରୁଥିବା ସମୟରେ ମିଚେଲ ଷ୍ଟାର୍କଙ୍କ ଶିକାର ହୋଇଥିଲେ । ଫଳରେ ଚା' ପାନ ବିରତି ସୁଦ୍ଧା ଭାରତର ସ୍କୋର 189/5 ରହିଥିଲା ।

ପରେ ତୃତୀୟ ସେସନରେ ଜାଡେଜାଙ୍କ ସହ ମିଶି ରାହାଣେ ଭାରତକୁ ଆଉ କୌଣସି କ୍ଷତି ପହଞ୍ଚାଇବାକୁ ଦେଇନଥିଲେ । ଏଥିସହ ଟେଷ୍ଟ କ୍ରିକେଟରେ ନିଜର ଦ୍ବାଦଶ ଶତକ ହାସଲ କରିଥିଲେ । ଦ୍ବିତୀୟ ଦିନ ଖେଳର ଶେଷ 2.1 ଘଣ୍ଟାରେ ବିନା କୌଣସି ୱିକେଟ ହରାଇ 88 ରନ ସଂଗ୍ରହ କରିଥିଲା ଭାରତ । ଷ୍ଟାର୍କଙ୍କ ବଲରେ ରାହାଣେଙ୍କ କ୍ୟାଚ ପ୍ରଥମେ ସ୍ମିଥ ଓ ପରେ ଟ୍ରାଭିସ ହେଡ ହାତଛଡା କରିଥିଲେ । ଏହା ଘରୋଇ ଦଳକୁ ମହଙ୍ଗା ପଡିବ ଭାରତର ପ୍ରଥମ ଇଂନିସ ସ୍କୋର ପରେ ଆକଳନ କରିହେବ ।

ପୂର୍ବରୁ ମ୍ୟାଚର ପ୍ରଥମ ଦିନରେ ଘରୋଇ ଅଷ୍ଟ୍ରେଲିଆକୁ 195 ରନରେ ଅଲଆଉଟ କରିଥିଲେ ଭାରତୀୟ ବୋଲର । ରବିଚନ୍ଦ୍ରନ ଅଶ୍ବିନ 3ଟି ଓ ଜଶପ୍ରୀତ ବୁମରା 3ଟି ୱିକେଟ ଅକ୍ତିଆର କରିଥିଲେ ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ 195 ବନାମ ଭାରତ 277/5(ଅଜିଙ୍କ୍ୟ ରାହାଣେ 104*, ରବିନ୍ଦ୍ର ଜାଡେଜା 40*, ମିଚେଲ ଷ୍ଟାର୍କ 2-60) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.