ETV Bharat / sports

ଇଂଲଣ୍ଡ ଗସ୍ତ ପାଇଁ 21ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା - Australia squad

ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତ କରିବ ଟିମ ଅଷ୍ଟ୍ରେଲିଆ । ସେଥିପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ 21ଜଣିଆ ଦଳ ଘୋଷଣା କରିଛି । ଉଭୟ ଟିମ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଓ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳାଯିବା ନେଇ ସୂଚୀ ରହିଛି ।

Australia name 21-member squad for England tour
ଇଂଲଣ୍ଡ ଗସ୍ତ ପାଇଁ 21ଜଣିଆ ଅଷ୍ଟ୍ରେଲିଆ ଦଳ ଘୋଷଣା
author img

By

Published : Aug 14, 2020, 4:27 PM IST

Updated : Aug 14, 2020, 4:33 PM IST

ମେଲବର୍ଣ୍ଣ: ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତ କରିବ ଟିମ ଅଷ୍ଟ୍ରେଲିଆ । ସେଥିପାଇଁ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ 21ଜଣିଆ ଦଳ ଘୋଷଣା କରିଛି । ଉଭୟ ଟିମ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଓ ସମାନ ସଂଖ୍ୟକ ଦିନିକିଆ ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ସିରିଜର ପ୍ରଥମ ମ୍ୟାଚ ସେପ୍ଟେମ୍ବର 4ରୁ ଆରମ୍ଭ ହେବ ।

ମହାମାରୀ କୋରୋନା ଭାଇରସ ସଂକ୍ରମଣ ଆରମ୍ଭ ଠାରୁ ଅଷ୍ଟ୍ରେଲିଆର ଏହା ପ୍ରଥମ ଅନ୍ତର୍ଜାତୀୟ ଟୁର୍ ହେବ । ସେଥିପାଇଁ ଯାତ୍ରା ଜୈବ ସରକ୍ଷ କଟକଣା ନେଇ ଉଭୟ ଦେଶର ବୋର୍ଡ (ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଓ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ) ମଧ୍ୟରେ ଚୁକ୍ତି ହୋଇଛି । ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି । ବୋର୍ଡର ସୀକୃତି ଓ ଅଷ୍ଟ୍ରେଲିଆ ସରକାରଙ୍କ ବିଦେଶ ଯାତ୍ରା ଅନୁମତି ପରେ ଏହି ଦ୍ବିପାକ୍ଷିକ ସିରିଜ ଚୁଡାନ୍ତ ହୋଇଛି ।

ଅଗଷ୍ଟ 24ରେ ଅଷ୍ଟ୍ରେଲିଆ ଟିମ ଇଂଲଣ୍ଡରେ ପହଞ୍ଚିବା ନେଇ ସ୍ଥିର ହୋଇଛି । ପରେ ଡର୍ବିସାୟରରେ ଥିବା ଇନକୋରା କାଉଣ୍ଟି ଗ୍ରାଉଣ୍ଡ ଯାତ୍ରା କରିବ । ଅଗଷ୍ଟ 27ରେ ପାକିସ୍ତାନ ବିପକ୍ଷରେ 3ୟ ଟେଷ୍ଟ ଶେଷ ହେବାପରେ, ଏଜେଲ ବାୱଲରେ ଅଷ୍ଟ୍ରେଲିଆ ଟିମ ପହଞ୍ଚିବ ।

ଏହି ସିରିଜ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆ 3ଟି ଟି-20 ଅଭ୍ୟାସ ମ୍ୟାଚ ଖେଳିବାର ସୂଚୀ ରହିଛି ।

ଘୋଷିତ ଅଷ୍ଟ୍ରେଲିଆ ଟିମ: ଆରୋନ ଫିଞ୍ଚ(କ୍ୟାପଟେନ), ସିନ ଆବଟ୍ଟ, ଆଷ୍ଟନ ଅଗର, ଆଲେକ୍ସ କ୍ୟାରୀ, ପାଟ କମିନ୍ସ(ଭାଇସ-କ୍ୟାପଟେନ), ଜସ ହେଜେଲଉଡ, ମାର୍ନସ ଲବୁସାନ, ନାଥନ ଲାୟନ, ମିଚେଲ ମାର୍ସ, ଗ୍ଳେନ ମାକ୍ସୱେଲ, କିଲେ ମେରିଡିଥ, ଜସ ଫିଲିପ, ଡାନିଏଲ ସାମସ, କେନ ରିଚାର୍ଡସନ, ଷ୍ଟିଭେନ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଆଣ୍ଡ୍ରିୟୁ ଟାଇ, ମାଥ୍ୟୁ ୱେଡ, ଡେଭିଡ ୱାର୍ଣ୍ଣର, ଆଡାମ ଜାମ୍ପା ।

ତେବେ ସିନିୟର ସହକାରୀ କୋଚ ଆଣ୍ଡ୍ରିୟୁ ମେକଡୋନାଲ୍ଡ ଇଂଲଣ୍ଡ ଗସ୍ତ କରିବେ ନାହିଁ ବୋଲି ଜଣାପଡିଛି । ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଟିମର ମୁଖ୍ୟ କୋଚ ରହିଛନ୍ତି ମେକଡୋନାଲ୍ଡ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 14, 2020, 4:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.