ETV Bharat / sports

ରନମେସିନ କୋହଲିଙ୍କୁ ଅଟକାଇବାକୁ ଅଷ୍ଟ୍ରେଲିଆର ସ୍ୱତନ୍ତ୍ର ପ୍ଲାନ

author img

By

Published : Mar 2, 2019, 2:24 PM IST

ଭ୍ରମଣକାରୀ ଦଳର ଅଧିନାୟକ ଆରୋନ ଫିଞ୍ଚ କୋହଲିଙ୍କ ପ୍ରଦର୍ଶନକୁ ପ୍ରଶଂସା କରି କହିଛନ୍ତି ଯେ ବିରାଟ ଜଣେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି । ତାଙ୍କ ପ୍ରଦର୍ଶନ ତାଙ୍କ ଫର୍ମ କଥା କହୁଛି । ସେ ଅନେକ ରେକର୍ଡ କରିଛନ୍ତି । କୋହଲି ଜଣେ ଅବିଶ୍ୱସନୀୟ ଖେଳାଳି ।

ଫାଇଲ ଫଟୋ

ହାଇଦ୍ରାବାଦ: ଫଟାଫଟ କ୍ରିକେଟ ଟି-20 ପରେ ଏବେ ଆରମ୍ଭ ହେବ କ୍ରିକେଟର ପ୍ରକୃତ ଖେଳ। ଟ୍ୱେଣ୍ଟି-20 ପରେ ଏବେ ନଜର ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ ଉପରେ। 5 ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଆଜି ଖେଳାଯିବ। ଏଥିପାଇଁ ଉଭୟ ଦଳ ଆରମ୍ଭ କରିଛନ୍ତି ପ୍ରସ୍ତୁତି।

ଇଂଲଣ୍ଡରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ପାଇଁ ଏହା ଭାରତର ଶେଷ ପ୍ରସ୍ତୁତି। ଏହାପରେ ଆଇପିଏଲ ଖେଳାଯିବାକୁ ଥିବାରୁ ଭାରତ ଏହି ସିରିଜ ଲାଗି କଡା ପ୍ରାକ୍ଟିସ କରିଛି। ଆଉ ଭାରତ ମାଟିରେ ଘରୋଇ ଦଳକୁ କଡା ଟକ୍କର ଦେବାକୁ କଙ୍ଗାରୁ ଦଳ ମଧ୍ୟ ଯୋଜନା ତିଆରି କରିଛି। ତେବେ ଭାରତର ଟପ ପ୍ଲେୟାର ତଥା କ୍ୟାପ୍ଟେନ ବିରାଟ କୋହଲିଙ୍କ ଫର୍ମ ଅଷ୍ଟ୍ରେଲିଆ ପାଇଁ ଚିନ୍ତାର କାରଣ ହୋଇଛି।

ଭ୍ରମଣକାରୀ ଦଳର ଅଧିନାୟକ ଆରୋନ ଫିଞ୍ଚ କୋହଲିଙ୍କ ପ୍ରଦର୍ଶନକୁ ପ୍ରଶଂସା କରି କହିଛନ୍ତି ଯେ, ବିରାଟ ଜଣେ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି। ତାଙ୍କ ପ୍ରଦର୍ଶନ ତାଙ୍କ ଫର୍ମ କଥା କହୁଛି। ସେ ଅନେକ ରେକର୍ଡ କରିଛନ୍ତି। କୋହଲି ଜଣେ ଅବିଶ୍ୱସନୀୟ ଖେଳାଳି। ଭାରତୀୟ ଦଳର ସଫଳତା ପଛରେ କୋହଲିଙ୍କ ପ୍ରଦର୍ଶନ ମୁଖ୍ୟ ଭୂମିକା ଗ୍ରହଣ କରିଛି।

ଏହାସହ ଫିଞ୍ଚ ସ୍ୱୀକାର କରିଛନ୍ତି ଯେ, ଟିମ ଇଣ୍ଡିଆର ଏହି ରନମେସିନଙ୍କୁ ଆଉଟ କରିବା ପାଇଁ କଙ୍ଗାରୁ ଦଳ ଯୋଜନା ପ୍ରସ୍ତୁତ କରିଛି। ପୂର୍ବରୁ ମଧ୍ୟ କୋହଲିଙ୍କ ବିପକ୍ଷରେ ଅଷ୍ଟ୍ରେଲିଆ ସଫଳତା ପାଇଛି। ଏଥର ମଧ୍ୟ କିଛି ପ୍ଲାନ ପ୍ରସ୍ତୁତ ହୋଇଛି। ବିରାଟଙ୍କୁ କ୍ରିଜରେ ବେଶି ସମୟ ତିଷ୍ଠିବାକୁ ନଦେବା ହିଁ ଏକମାତ୍ର ପ୍ଲାନ। ଯଦି ସେ ସେଟ୍ ହୋଇଗଲେ ତେବେ ତାଙ୍କୁ ଆଉଟ କରିବା କଷ୍ଟକର ହୋଇପଡିବ। ଏଥିପାଇଁ ତାଙ୍କୁ ପ୍ରଥମ 10-15 ବଲ ଭିତରେ ଆଉଟ କରିବାକୁ ଅଷ୍ଟ୍ରେଲିଆ ଦଳ ଚେଷ୍ଟା କରିବ। ଏହାସହ ଫିଞ୍ଚ ମାନିଛନ୍ତି ଯେ, ଅବଶ୍ୟ କୋହଲିଙ୍କୁ ଆଉଟ କରିବା ପାଇଁ ଲକ୍‌ର ମଧ୍ୟ ସହାୟତା ଦରକାର।

ଟିମ ଇଣ୍ଡିଆର କ୍ୟାପ୍ଟେନ ନିକଟ ଅତୀତରେ ଚତ୍ମକାର ଫର୍ମରେ ଅଛନ୍ତି। ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପାର୍ କରି ଦିନିକିଆ କ୍ରିକେଟରେ ଦ୍ରୁତତମ 10,000 ରନ କରିବାର ରେକର୍ଡ କରିଛନ୍ତି। ଏବେ ପର୍ଯ୍ୟନ୍ତ ସେ ଦିନିକିଆ କ୍ରିକେଟରେ 59.50 ଆଭରେଜରେ 10,533 ରନ କରିଛନ୍ତି। ଏଥିରେ 39ଟି ଶତକ ଏବଂ 49ଟି ଅର୍ଦ୍ଧଶତକ ସାମିଲ ଅଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.