ETV Bharat / sports

ବିବାହ ସଂପର୍କ ଛିନ୍ନ କଲେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଏଲିସ ପେରୀ - Ellyse Perry ends a four-year marriage

ରଗବି ୟୁନିୟନ ଖେଳାଳି ମାଟ ତୋମୁଆଙ୍କୁ ଡିସେମ୍ବର 2015ରେ ବିବାହ କରିଥିଲେ ପେରୀ । ପୂର୍ବରୁ ଅଗଷ୍ଟ 2014ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।

Australia all-rounder Ellyse Perry ends a four-year marriage
ବିବାହ ସଂପର୍କ ଛିନ୍ନ କଲେ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଏଲିସ ପେରୀ
author img

By

Published : Jul 26, 2020, 9:55 PM IST

ସିଡନି: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଏଲିସ ପେରୀ ବୈବାହିକ ସଂପର୍କ ଛିନ୍ନ କରିବାକୁ ଘୋଷଣା କରିଛନ୍ତି । ରଗବି ୟୁନିୟନ ଖେଳାଳି ମାଟ ତୋମୁଆଙ୍କୁ ଡିସେମ୍ବର 2015ରେ ବିବାହ କରିଥିଲେ ପେରୀ । ପୂର୍ବରୁ ଅଗଷ୍ଟ 2014ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।

"ପରସ୍ପର ପ୍ରତି ଅନେକ ସମ୍ମାନ ରହିଛି । ତେବେ ଅଲଗା ହେବାପାଇଁ ଏହା ପ୍ରକୃତ ସମୟ ।" ଏକ ଖବରକାଗଜକୁ ଏହା କହିଛନ୍ତି ପେରୀ । ଅଲଗା ହେବାର ନିଷ୍ପତି ଉଭୟଙ୍କ ସହମତିରେ ହୋଇଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।

ମେଲବୋର୍ଣ୍ଣରେ ଅଷ୍ଟ୍ରେଲିଆ କ୍ରିକେଟ ଆୱାର୍ଡରେ ଯୋଗ ଦେବାକୁ ପେରୀ ଆସିଥିବାବେଳେ, ଉଭୟଙ୍କ ସଂପର୍କ ନେଇ ଚର୍ଚ୍ଚା ହୋଇଥିଲା । ପେରୀଙ୍କୁ 3ୟ ଥର ପାଇଁ ବେଲିଣ୍ଡା କ୍ଳାର୍କ ଆୱାର୍ଡ ମିଳିଥିଲା ।

ଅଲରାଉଣ୍ଡର ଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ, ଆଇସିସି କ୍ରିକେଟର ଆୱାର୍ଡରେ ସମ୍ମାନିତ ହୋଇଥିଲେ । ଗତ ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ଟିମ ମହିଳା ଟି20 ବିଶ୍ବକପ ଚମ୍ପିଆନ ହୋଇଥିଲା । ପେରୀ ବିଜେତା ଅଷ୍ଟ୍ରେଲିଆ ଦଳର ସଦସ୍ୟ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.