ମେଲବର୍ଣ୍ଣ: ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ ଓ୍ବିଲିୟମସେନ ବକ୍ସିଂ ଡେ ଟେଷ୍ଟରେ ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିଲେ । ତେବେ ପ୍ରଥମ ଦିନରେ 4 ଓ୍ବିକେଟ ବିନିମୟରେ 257ରନ୍ କରିଛି ଅଷ୍ଟ୍ରେଲିଆ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଷ୍ଟିଭ ସ୍ମିଥ 77ରନ୍ କରି ନଟ୍ ଆଉଟ ରହିଛନ୍ତି । ତାଙ୍କ ସହ ଟ୍ରାଭିସ ହେଡ କ୍ରିଜରେ ରହିଛନ୍ତି ।
କଙ୍ଗାରୁ ଦଳର ମାର୍ନଶ ଲାବୁଶେନ 63ରନ୍, ଡେଭିଡ୍ ଓ୍ବାର୍ଣ୍ଣର 41 ଓ ମାଥ୍ୟୁ ଓ୍ବେଡ 38ରନ୍ ହାସଲ କରିଛନ୍ତି । ନିଜ୍ୟୁଲାଣ୍ଡ ପକ୍ଷରୁ କୋଲିନ ସର୍ବାଧିକ 2ଟି ଓ୍ବିକେଟ ଅକ୍ତିଆର କରିଥିବାବେଳେ ଟ୍ରେଣ୍ଟ ବୋଲ୍ଟ ଓ ମିଚେଲ ସେଣ୍ଟନର ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଛନ୍ତି ।
ଦୀର୍ଘ 32 ବର୍ଷ ପରେ ଘରୋଇ ଅଷ୍ଟ୍ରେଲିଆ ଏବଂ ପଡୋଶୀ ନ୍ୟୁଜିଲାଣ୍ଡ ମଧ୍ୟରେ ବକ୍ସିଂ ଡେ' ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । 1987 ମସିହାରେ ଶେଷଥର ପାଇଁ ଏହି ଦୁଇ ଦେଶ ମଧ୍ୟରେ ଏହି ଐତିହାସିକ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା।