ETV Bharat / sports

ଭାରତ ବନାମ ଅଷ୍ଟ୍ରେଲିଆ: ଶେଷ ଦୁଇଟି ଟେଷ୍ଟରେ ରୋହିତ ଶର୍ମା ଉପ-ଅଧିନାୟକ

author img

By

Published : Jan 1, 2021, 4:25 PM IST

ଭାରତୀୟ ଓପନର ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଅବଶିଷ୍ଟ ଦୁଇଟି ଟେଷ୍ଟ ପାଇଁ ଉପ-ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

AUS vs IND: Rohit Sharma appointed vice-captain for last two Tests
ଭାରତ ବନାମ ଅଷ୍ଟ୍ରେଲିଆ: ଶେଷ ଦୁଇଟି ଟେଷ୍ଟରେ ରୋହିତ ଶର୍ମା ଉପ-ଅଧିନାୟକ

ମେଲବୋର୍ଣ୍ଣ: ଭାରତୀୟ ଓପନର ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଅବଶିଷ୍ଟ ଦୁଇଟି ଟେଷ୍ଟ ପାଇଁ ଉପ-ଅଧିନାୟକ ନିଯୁକ୍ତ ହୋଇଛନ୍ତି ।

14 ଦିନ କ୍ବାରେଣ୍ଟିନ ଅବଧି ଶେଷ କରିବା ପରେ ଗତ ବୁଧବାର ରୋହିତ ଟିମରେ ସାମିଲ ହୋଇଥିଲେ । ଫଳରେ ଚେତେଶ୍ବର ପୂଜାରାଙ୍କ ଠାରୁ ଉପ-ଅଧିନାୟକ ଭାର ଗ୍ରହଣ କରିବେ ରୋହିତ । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିିତିରେ ଅଜିଙ୍କ୍ୟ ରାହାଣେ ଟିମର ଅଧିନାୟକତ୍ବ ଭାର ସମ୍ଭାଳିବା ଜାରି ରଖିବେ । କାରଣ ପିତୃତ୍ବ ଅବକାଶ ଛୁଟିରେ ଅଛନ୍ତି କୋହଲି ।

ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଭ୍ରମଣକାରୀ ଭାରତ ମେଲବୋର୍ଣ୍ଣରେ ପ୍ରତିଶୋଧ ନେବାସହ ସିରିଜ 4 ମ୍ୟାଚ ବିଶିଷ୍ଟ ବର୍ଡ ଗାଭାସ୍କର ସିରିଜ 1-1ରେ ବରାବର କରିଛି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ସିରିଜର 3ୟ ଟେଷ୍ଟ ଜାନୁଆରୀ 7ରେ ଖେଳାଯିବ ।

ଟିମ ଇଣ୍ଡିଆ ଟେଷ୍ଟ ସ୍କ୍ବାଡ: ଅଜିଙ୍କ୍ୟା ରାହାଣେ(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, କେଏଲ ରାହୁଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ଶାହା(ୱିକେଟ କିପର), ଋଷଭ ପନ୍ତ (ୱିକେଟ କିପର), ଜଶପ୍ରୀତ ବୁମରା, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର. ଅଶ୍ବିନ, ମହମ୍ମଦ ସିରାଜ, ଶାର୍ଦ୍ଦୁଳ ଠାକୁର, ଟି.ନଟରାଜନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.