ମେଲବୋର୍ଣ୍ଣ: ଭାରତ-ଅଷ୍ଟ୍ରଲିଆ ମଧ୍ୟରେ ଖେଳାଯିବାକୁ ଥିବା ବକ୍ସିଂ ଡେ ଟେଷ୍ଟରେ ଷ୍ଟାଡିୟମରେ ଗୋଟିଏ ଦିନରେ 30,000 ଦର୍ଶକଙ୍କୁ ଅନୁମତି । ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଗୁରୁବାର ସ୍ପଷ୍ଟ କରାଯାଇଛି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଡିସେମ୍ବର 17ରୁ 4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ସିରିଜର ପ୍ରଥମ ମ୍ୟାଚ ଦିବାରାତ୍ର ଟେଷ୍ଟ ହେବ ଓ ଦ୍ବିତୀୟଟି ବକ୍ସିଂ ଡେ ଟେଷ୍ଟ ହେବ । ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(ଏମସିଜି)ରେ ଡିସେମ୍ବର 26ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହେବ ।
ପୂର୍ବରୁ ଏମସିଜିରେ ବକ୍ସିଂ ଡେଟେଷ୍ଟ ପାଇଁ ପ୍ରତିଦିନ 25,000 ଦର୍ଶକଙ୍କୁ ଅନୁମତି ମିଳିଥିଲା । ମାତ୍ର ଏବେ କ୍ରିକେଟ ଅଷ୍ଟ୍ରେଲିଆ ଏହି ସଂଖ୍ୟାରେ ବୃଦ୍ଧି କରିଛି ।
ପ୍ରଥମ ଟେଷ୍ଟ ଦିବାରାତ୍ର ହେବ ଓ ଆଡିଲେଡରେ ଖେଳାଯିବ । ଷ୍ଟାଡିୟମର ଦର୍ଶକ କ୍ଷମତାର 50 ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ ।
4ର୍ଥ ଟେଷ୍ଟ ଗାବା, ବ୍ରିସବେନରେ ଖେଳାଯିବ । ଏହି ଷ୍ଟାଡିୟମରେ ଦର୍ଶକ କ୍ଷମତାର 75 ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ