ETV Bharat / sports

ବକ୍ସିଂ ଡେ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ

author img

By

Published : Dec 28, 2020, 11:50 AM IST

Updated : Dec 28, 2020, 7:03 PM IST

ବକ୍ସିଂ ଡେ ଟେଷ୍ଟରେ ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ । ଅଧିକ ପଢନ୍ତୁ...

ବକ୍ସିଂ ଡେ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ
ବକ୍ସିଂ ଡେ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ

ମେଲବୋର୍ଣ୍ଣ: ସୋମବାର ବକ୍ସି ଡେଂ ଟେଷ୍ଟରେ ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆ ଜୋ ବର୍ଣ୍ଣସ ଏବଂ ମାର୍ନସ ଲବୁସାନଙ୍କ ୱିକେଟ୍ ହରାଇ ବର୍ତ୍ତମାନ ସୁଦ୍ଧା 65 ରନ ସ୍କୋର କରିଛି । ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସ 326 ରନରେ ଶେଷ ହୋଇଥିଲା ।

କଙ୍ଗରୁ ଦଳର ଖେଳାଳି ବର୍ଣ୍ଣସ ଉମେଶ ଯାଦବଙ୍କ ବୋଲରେ ଆଉଟ ହୋଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନଙ୍କ ଦ୍ବାରା ଲବୁସନ ଆଉଟ ହୋଇଥିଲେ । ଲାବୁସନ 49ଟି ବଲରେ 28ରନର ଇଂନିସ ଖେଳିଥିଲେ ।

ପଡିଆରେ ମାଥ୍ୟୁ ୱେଡ ଓ ଷ୍ଟେଭ ସ୍ମିଥ ରହିଛନ୍ତି । ଏ ପର୍ଯ୍ୟନ୍ତ ୱେଡ 89ଟି ବଲରେ 27ରନ ହାସଲ କରିଥିବା ବେଳେ ସ୍ମିଥ 20ଟି ବଲରେ 6ରନ କରିଛନ୍ତି । ଅଷ୍ଟ୍ରେଲିଆ ଏବେ ସୁଦ୍ଧା 195 ବଲରେ 65ରନ ହାସଲ କରିଥିବା ବେଳେ ତାର ଦୁଇଟି ୱିକେଟ ପତନ ହୋଇଛି ।

ଏହା ସହ ଭାରତ ନିୟନ୍ତ୍ରଣରେ ବକ୍ସିଂ ଡେ ଟେଷ୍ଟ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତର ସ୍କୋର 277/5 ସହ ଅଷ୍ଟ୍ରେଲିଆର ପ୍ରଥମ ଇଂନିସ ସ୍କୋର ଠାରୁ 82 ରନର ଅଗ୍ରଣୀ ଲାଭକରିଥିଲା । ଭାରତୀୟ କାମଚଳା ଟେଷ୍ଟ କ୍ୟାପଟେନ ଅଜିଙ୍କ୍ୟ ରାହାଣେଙ୍କ ଅପରାଜିତ ଦମଦାର ଶତକ ବଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଦୃଢ ସ୍ଥିତିରେ ରହିଥିଲା ଭାରତ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 28, 2020, 7:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.