ETV Bharat / sports

ରିଷଭ ପନ୍ଥ ହେଲେ ଆଇସିସିର ସର୍ବାଧିକ ମାନ୍ୟତା ପ୍ରାପ୍ତ ଟେଷ୍ଟ ୱିକେଟ କିପର ବ୍ୟାଟସମ୍ୟାନ

ଅଷ୍ଟ୍ରେଲିଆରେ ବ୍ରିସବେନର ଦୀର୍ଘ 32 ବର୍ଷ ପରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଚମତ୍କାର ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ରିଷଭ ପନ୍ଥ ଆଇସିସିର ସର୍ବାଧିକ ମାନ୍ୟତା ପ୍ରାପ୍ତ ଟେଷ୍ଟ ୱିକେଟ କିପର ବ୍ୟାଟସମ୍ୟାନ ହୋଇଛନ୍ତି । ଭାରତ ଦଳଗତ ଭାବରେ ଟେଷ୍ଟ ମାନ୍ୟତାରେ ଆଇସିସି ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛି । ଅଧିକ ପଢନ୍ତୁ...

At 13th spot, Pant is now world's best-ranked keeper in Tests
ରିଷଭ ପନ୍ଥ ହେଲେ ଆଇସିସିର ସର୍ବାଧିକ ମାନ୍ୟତା ପ୍ରାପ୍ତ ଟେଷ୍ଟ ୱିକେଟ କିପର ବ୍ୟାଟସମ୍ୟାନ
author img

By

Published : Jan 20, 2021, 4:30 PM IST

ଦୁବାଇ: ଅଷ୍ଟ୍ରେଲିଆରେ ଚମତ୍କାର ପ୍ରଦର୍ଶନ ପରେ ୱିକେଟ କିପର ରିଷଭ ପନ୍ଥ ଆଇସିସିର ସର୍ବାଧିକ ମାନ୍ୟତା ପ୍ରାପ୍ତ ଟେଷ୍ଟ ୱିକେଟ କିପର ବ୍ୟାଟସମ୍ୟାନ ହୋଇଛନ୍ତି । ସେହିପରି ଶୁଭମାନ ଗିଲ ମଧ୍ୟ ଆଇସିସି ରାଙ୍କରେ ଉନ୍ନୀତ ହୋଇଛନ୍ତି ।

At 13th spot, Pant is now world's best-ranked keeper in Tests
ରିଷଭ ପନ୍ଥ ହେଲେ ଆଇସିସିର ସର୍ବାଧିକ ମାନ୍ୟତା ପ୍ରାପ୍ତ ଟେଷ୍ଟ ୱିକେଟ କିପର ବ୍ୟାଟସମ୍ୟାନ

ଆଇସିସି ବ୍ୟାଟସମ୍ୟାନ ମାନ୍ୟତାର 13 ତମ ସ୍ଥାନରେ ପହଞ୍ଚିଲେ ଭାରତର ଯୁବ ୱିକେଟ କିପର ବ୍ୟାଟସମ୍ୟାନ ରିଷଭ ପନ୍ଥ । ଅଷ୍ଟ୍ରେଲିଆର ବ୍ରିସବେନର ଗାବାରେ ଐତିହାସିକ ଟେଷ୍ଟରେ 89 ରନର ମ୍ୟାଚ ବିଜୟୀ ଇନିଂସ ଖେଳିବା ପରେ ଋଷଭ ପନ୍ଥଙ୍କୁ ଆଇସିସି ବ୍ୟାଟିଂ ରାଙ୍କରେ ଉନ୍ନତି ହୋଇଛନ୍ତି । ବର୍ତ୍ତମାନ ସେ ବିଶ୍ବରର ସର୍ବଶ୍ରେଷ୍ଠ ଆଇସିସି ମାନ୍ୟତାପ୍ରାପ୍ତ ଟେଷ୍ଟ ୱିକେଟ କିପର ବ୍ୟାଟସମ୍ୟାନ ଭାବରେ 13 ତମ ସ୍ଥାନ ପାଇଛନ୍ତି । ତାଙ୍କ ପଛକୁ 16 ତମ ସ୍ଥାନରେ ସାଉଥ ଆଫ୍ରିକାର ୱିକେଟ କିପର ବ୍ୟାଟସମ୍ୟାନ କ୍ବିଣ୍ଟନ ଡି କୋକ ରହିଛନ୍ତି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ 91 ରନର ମହତ୍ବପୂର୍ଣ୍ଣ ଇନିଂସ ଖେଳିଥିବା ଯୁବ ଓପନର ତଥା ୟଙ୍ଗ ସେନସେସନ ଶୁଭମାନ ଗିଲ ମଧ୍ୟ ଆଇସିସି ରାଙ୍କର 68 ତମ ସ୍ଥାନରୁ 47 ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଦଳଗତ ଭାବରେ ଭାରତ ଆଇସିସି ମାନ୍ୟତାର ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ନ୍ୟୁଜିଲାଣ୍ଡ ରହିଥିବାବେଳେ ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି । ସେହିପରି ବିଶ୍ବର ଟେଷ୍ଟ ବ୍ୟାଟସମ୍ୟାନ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲି 4ର୍ଥ, ଚେତେଶ୍ବର ପୂଜାର 7ମ ସ୍ଥାନରେ ରହିଥିବାବେଳେ ଅଜିଙ୍କ୍ୟା ରାହାନେ 9ମ ସ୍ଥାନରେ ରହିଛନ୍ତି । ସେହିପରି ଟେଷ୍ଟ ବୋଲିଂ ତାଲିକାରେ ଆର ଅଶ୍ବୀନ 8ମ ସ୍ଥାନ ପାଇଥିବାବେଳେ ଜସପ୍ରିତ ବୁମ୍ରା 9ମ ସ୍ଥାନରେ ରହିଛନ୍ତି । ସେହିପରି ଶ୍ରେଷ୍ଟ ଅଲରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା 3ୟ ସ୍ଥାନ ଓ ଆର ଅଶ୍ବିନ 6ଷ୍ଠ ସ୍ଥାନ ବଜାୟ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.