ଗୌହାଟୀ: ସ୍ଥାନୀୟ ନୁରୁଲ ଆମିନ ଷ୍ଟାଡିୟମରେ ଖେଳାଯାଇଥିବା କୁଚ୍ ବେହାର ଟ୍ରଫିରେ ଘରୋଇ ଆସାମ ଠାରୁ ଗୋଟିଏ ଇଂନିସ ଓ 48ରନରେ ପରାସ୍ତ ହୋଇଛି ଭ୍ରମଣକାରୀ ଓଡିଶା । ମ୍ୟାଚରେ ଓଡିଶା ବ୍ୟାଟ୍ସମ୍ୟାନ ଲଜ୍ଜାଜନକ ରେକର୍ଡ କରିଛନ୍ତି ।
ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ଭ୍ରମଣକାରୀ ଓଡିଶା । ମାତ୍ର ଘରୋଇ ଆସମର ବୋଲିଂ ଆଟାକ୍ ଆଗରେ ଧରାଶାୟୀ ହୋଇଥିଲା ଦଳ । ପ୍ରଥମ ପାଳିରେ ମାତ୍ର 108ରନ କରି ସମସ୍ତ ୱିକେଟ ହରାଇଥିଲା ଟିମ ଓଡିଶା । ବାମହାତୀ ବ୍ୟାଟ୍ସମ୍ୟାନ ସନ୍ତୋଷ ଯାଦବ ସର୍ବାଧିକ 72 ବଲରୁ 31 ରନ କରିପାରିଥିଲେ । 3 ଓଡିଶା ବ୍ୟାଟ୍ସ ମ୍ୟାନ ଖାତା ଖୋଲି ପାରିନଥିବା ବେଳେ ଅନ୍ୟ 5 ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଘରୋଇ ଦଳ ପକ୍ଷରୁ ଦଶରଥ କୁମାର ସର୍ବାଧିକ 5 ୱିକେଟ ନେଇ ଓଡିଶାର ବ୍ୟାଟିଂ ଲାଇନ ଅଫକୁ ଦୋହଲାଇ ଦେଇଥିଲେ ।
ଅନ୍ୟପଟେ ଆସାମ ନିଜର ପ୍ରଥମ ପାଳିରେ 227ରନ କରିଥିଲା । ଘରୋଇ ଦଳ ପକ୍ଷରୁ ରୁହିନାନନ୍ଦା ପେଗୁ ସର୍ବାଧିକ 61ରନ କରିଥିଲେ । ସେହିପରି 2ୟ ପାଳିରେ ମଧ୍ୟ ଓଡିଶା ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଆସାମର 227ରନ ପାଳିକୁ ପିଛା କରି ମାତ୍ର 71ରନ କରି ପାରିଥିଲା ଟିମ ଓଡିଶା । ଫଳରେ ଭ୍ରମଣକାରୀ ଦଳ ଘରୋଇ ଆସାମ ଠାରୁ ଗୋଟିଏ ଇଂନିସ ଓ 48ରନରେ ପରାସ୍ତ ହୋଇଥିଲା ।