ETV Bharat / sports

ମେଲବୋର୍ଣ୍ଣରେ ମୁରଲୀଧରନଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ

author img

By

Published : Dec 29, 2020, 9:39 PM IST

ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାର ମୁରଲୀଧରନଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ। ଅଧିକ ପଢନ୍ତୁ...

Ashwin breaks Muralitharan's record to claim unique Test record
ମେଲବୋର୍ଣ୍ଣରେ ମୂରଲିଧରନଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ବିନ

ମେଲବୋର୍ଣ୍ଣ: ମଙ୍ଗଳବାର ବକ୍ସିଂ ଡେ ଟେଷ୍ଟ ଚତୁର୍ଥ ଦିନର ସକାଳ ସେସନରେ ଭେଟେରାନ ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି ।

ଏଯାବତ 73ଟି ଟେଷ୍ଟ ଖେଳିଥିବା ଅଭିଜ୍ଞ ଅଶ୍ବିନ କିମ୍ବଦନ୍ତୀ ସ୍ପିନର ମୁଥୟା ମୁରଲୀଧରନଙ୍କ ଏକ ରେକର୍ଡକୁ ଅତିକ୍ରମ କରିଛନ୍ତି । ଟେଷ୍ଟ କ୍ରିକେଟରେ ସର୍ବାଧିକ ଥର ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବାର ମୁରଲୀଧରନଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି ଅଶ୍ବିନ । ଅଷ୍ଟ୍ରେଲିଆର ଦ୍ବିତୀୟ ଇଂନିସରେ ଜସ ହେଜେଲଉଡଙ୍କ ୱିକେଟ ହାସଲ କରି ଏହି ସଫଳତାର ଅଧିକାରୀ ହୋଇଛନ୍ତି ।

Ashwin breaks Muralitharan's record to claim unique Test record
ରବିଚନ୍ଦ୍ରନ ଅଶ୍ବିନ

ବାମହାତୀ ବ୍ୟାଟ୍ସମ୍ୟାନ ଭାବେ ଅଶ୍ବିନଙ୍କ 192ତମ ଶିକାର ହେଲେ ହେଜେଲଉଡ । ଫଳରେ ଏହା ଟେଷ୍ଟ କ୍ରିକେଟ ଇତିହାସରେ କୌଣସି ବୋଲରଙ୍କ ଠାରୁ ସର୍ବାଧିକ ହୋଇଛି ।

191 ଶିକାର ସହ ଏହି ତାଲିକାରେ ପୂର୍ବରୁ ଥିଲେ ମୁରଲୀଧରନ । ଏହି ମହାନ ସ୍ପିନରଙ୍ଗ ନାମରେ ମୋଟ 800 ୱିକେଟ ରହିଛି ।

ଏହି ତାଲିକାରେ ଇଂଲଣ୍ଡର ଜେମ୍ସ ଆଣ୍ଡରସନ(186), ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଗ୍ଳେନ ମାକଗ୍ରାଥ(172), ସେନ ୱାର୍ଣ୍ଣ(172), ଓ 167 ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇ ପୂର୍ବତନ ଭାରତୀୟ କ୍ୟାପଟେନ ଅନିଲ କୁମ୍ବଲେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.