ETV Bharat / sports

‘ନେହେରା ଫେରିଥିଲେ ଧୋନି କାହିଁକି ନୁହେଁ’ - ନେହେରା ଫେରିଥିଲେ ଧୋନି କାହିଁକି ନୁହେଁ

ଧୋନି ସମ୍ପୂର୍ଣ୍ଣ ଫିଟ ଅଛନ୍ତି । ସେ ଚାହିଁଲେ ନିଶ୍ଚୟ ଟିମକୁ ଫେରି ପାରିବେ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଚୟନକାର୍ତ୍ତା କିରଣ ମୋରେ । ଅଧିକ ପଢ଼ନ୍ତୁ...

Ashish Nehra made a comeback, former chief selector comments on MS Dhoni's fitness, ନେହେରା ଫେରିଥିଲେ ଧୋନି କାହିଁକି ନୁହେଁ, ସମ୍ପୂର୍ଣ୍ଣ ଫିଟ ଅଛନ୍ତି ଧୋନି
‘ନେହେରା ଫେରିଥିଲେ ଧୋନି କାହିଁକି ନୁହେଁ’
author img

By

Published : Jun 5, 2020, 11:50 PM IST

ନୂଆଦିଲ୍ଲୀ: ଗତ ଏକ ବର୍ଷ ମଧ୍ୟରେ ମହେନ୍ଦ୍ର ସିଂ ଧୋନିଙ୍କ କ୍ରିକେଟ ଭବିଷ୍ୟତ ବିଷୟରେ ଅନେକ ଚର୍ଚ୍ଚା ତଥା ତର୍କ ବିତର୍କ ହୋଇଛି । ଧୋନି 2019 କ୍ରିକେଟ ବିଶ୍ବକପର ସେମିଫାଇନାଲ ପରେ କ୍ରିକେଟ ଖେଳି ନାହାଁନ୍ତି କିନ୍ତୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର 13ତମ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ରେ ପ୍ରତ୍ୟାବର୍ତ୍ତନ କରିବାର ଯୋଜନା ରହିଥିଲା । ତେବେ, କୋଭିଡ-19 ମହାମାରୀ ଯୋଗୁଁ ଆଇପିଏଲର ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି ଏବଂ ଏହା ଧୋନିଙ୍କୁ ନେଇ କଳ୍ପନା ଜଳ୍ପନାର କାରଣ ହୋଇଛି।

ଧୋନି ଆଇପିଏଲରେ ନିଜ ବିସ୍ଫୋରକ ଫର୍ମରେ ପ୍ରଦର୍ଶନ କରି ଟି-20 ବିଶ୍ବକପ ପାଇଁ ନିଜର ସ୍ଥାନ ପକ୍କା କରିବେ ବୋଲି ବିଶ୍ବାସ କରାଯାଉଥିଲା । କିନ୍ତୁ ବର୍ତ୍ତମାନ ପ୍ରଶଂସକମାନେ ଧୋନି କ୍ରିକେଟକୁ ଆଉ କେବେ ଫେରିବେ ନା ନାହିଁ ସେନେଇ ଚିନ୍ତାରେ ।

ତେବେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କିରଣ ମୋରେ ଧୋନିଙ୍କ ଭବିଷ୍ୟତ ବିଷୟରେ କହିଛନ୍ତି ଯେ ଅଭ୍ୟାସ କରିବା ସମୟରେ ପୂର୍ବତନ ଭାରତ ଅଧିନାୟକ ସମ୍ପୂର୍ଣ୍ଣ ଫିଟ ନଜର ଆସୁଥିଲେ ।

“ଏହା ବହୁତ କଷ୍ଟସାଧ୍ୟ, ଏହା ତାଙ୍କର ନିଷ୍ପତ୍ତି । ଏହା ଖୁବ କଠିନ ହେବାକୁ ଯାଉଛି, କଦାପି ସହଜ ହେବ ନାହିଁ । ମନ କୁହେ ତୁମେ ଚାହୁଁଛ, କିନ୍ତୁ ଶରୀର ଅନୁମତି ଦିଏ ନାହିଁ । ଆଇପିଏଲ ପୂର୍ବରୁ ସେ ଫିଟ ଥିଲେ, ମୁଁ ତାଙ୍କୁ ନେଟ୍ସରେ ଦେଖିଥିଲି, ସେ ଖୁବ ଭଲ ଫର୍ମରେ ଥିଲେ । ଟେନିସରେ 34ରୁ 39 ବର୍ଷୀୟ ଯୁବକମାନେ ସେମାନଙ୍କ ଖେଳର ଶୀର୍ଷରେ ରହିଥାନ୍ତି । ବର୍ତ୍ତମାନ ଯଦି ଆପଣ ଶୃଙ୍ଖଳିତ, ଯଦି ଆପଣ ନିଜ ମନ ଏବଂ ଶରୀରକୁ ମଜବୁତ ରଖିବେ ତେବେ ଆପଣ ପ୍ରତ୍ୟାବର୍ତ୍ତନ କରିପାରିବେ । ଆଶିଷ ନେହେରା ଠିକ ଏହିପରି ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ବହୁତ ଭଲ ପ୍ରଦର୍ଶନ କରିଥିଲେ,’’ ବୋଲି ମୋରେ କହିଛନ୍ତି।

କ୍ରିକେଟର ସୁରେଶ ରାଇନା ପ୍ରକାଶ କରିଛନ୍ତି ଯେ ଧୋନି ଚେନ୍ନାଇ ସୁପର କିଙ୍ଗ୍ସ କ୍ୟାମ୍ପରେ କୋଭିଡ -19 ମହାମାରୀ କାରଣରୁ ଏହା ବନ୍ଦ ହେବା ପୂର୍ବରୁ ପ୍ରକୃତରେ କଠିନ ଅଭ୍ୟାସ କରିଥିଲେ । ରାଇନା ଏହା ମଧ୍ୟ କହିଛନ୍ତି ଯେ ପୂର୍ବ ସଂସ୍କରଣ ତୁଳନାରେ ଧୋନି ଚଳିତ ବର୍ଷ ଆଇପିଏଲ ପାଇଁ ଭିନ୍ନ ଭାବରେ ପ୍ରସ୍ତୁତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.