ETV Bharat / sports

ଆସେସ 2019: ଲଢିବ ଇଂଲଣ୍ଡ ଜିତିବ ଅଷ୍ଟ୍ରେଲିଆ, ୱାର୍ଣ୍ଣରଙ୍କ ୱାଣ୍ଣିଙ୍ଗ

author img

By

Published : Aug 1, 2019, 2:34 PM IST

ଐତିହାସିକ ଆସେସ ଟେଷ୍ଟରେ ନିଆରା ଅନ୍ଦାଜରେ ଉତ୍ତର ରଖିଛନ୍ତି ଷ୍ଟାଇଲିଷ୍ଟ ୱାର୍ଣ୍ଣର । ଶାଣିତ ବୋଲିଂ ସାଙ୍ଗକୁ ଟପକ୍ଲାସ ବ୍ୟାଟିଂ ରହିଛି କଙ୍ଗାରୁ ଟିମ ପାଖରେ । ତେଣୁ ଇଂଲଣ୍ଡ ଲଢିବ କିନ୍ତୁ ଅଷ୍ଟ୍ରେଲିଆ ଜିତିବ ବୋଲି ଦମ୍ଭ ଦେଖାଇଛନ୍ତି ୱାର୍ଣ୍ଣର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: 2018 ମାର୍ଚ୍ଚରେ ଅଷ୍ଟ୍ରେଲିଆର ଏସସିଜି ଗ୍ରାଉଣ୍ଡରେ କାନ୍ଦିଥିଲେ ଡେଭିଡ ୱାର୍ଣ୍ଣର । ସର୍ବସମ୍ମୁଖରେ କହିଥିଲେ ଅଷ୍ଟ୍ରେଲିଆ ପାଇଁ ଆଉ କେବେ ଖେଳିବେନି । ଅଷ୍ଟ୍ରେଲିଆର ଏହି ଦୁର୍ଦ୍ଦଶ ଓପନର ବଲ ଟାମ୍ପରିଙ୍ଗ ପାଇଁ ଗୋଟିଏ ବର୍ଷ କ୍ରିକେଟରୁ ବାସନ୍ଦ ହୋଇଥିଲେ । ତେବେ ପ୍ରାୟ 17 ମାସ ପରେ ଟେଷ୍ଟ କ୍ରିକେଟକୁ ଫେରିଛନ୍ତି ଆଟାକିଙ୍ଗ ୱାର୍ଣ୍ଣର । ପଡିଆ ଯେଉଁଠି ବି ହେଉ, ବଲର ରଙ୍ଗ ଯାହା ବି ହେଉ ଜୋରରେ ପ୍ରହାର କରି ବାଉଣ୍ଡାରୀ ମାରିବା ୱାର୍ଣ୍ଣରଙ୍କ ପସନ୍ଦ । ଏହାର ପ୍ରମାଣ ସଦ୍ୟ ସମାପ୍ତ ହୋଇଥିବା କ୍ରିକେଟ ବିଶ୍ବକପରେ ଦେଖିବାକୁ ମିଳିଛି । ବିଶ୍ବକପର 2ୟ ସର୍ବାଧିକ ରନ ସ୍କୋରର ଓ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ରନ କରିଥିଲେ ୱାର୍ଣ୍ଣର ।

says David Warner Australia win
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତେବେ ଐତିହାସିକ ଆସେସ ଟେଷ୍ଟରେ ଚିର ପ୍ରତିଦ୍ବନ୍ଦ୍ବୀଙ୍କୁ ସାମ୍ନା କରିବେ ୱାର୍ଣ୍ଣର । ମ୍ୟାଚ ପୂର୍ବରୁ ନିଜର ନିଆରା ଅନ୍ଦାଜରେ ଉତ୍ତର ରଖିଛନ୍ତି ଷ୍ଟାଇଲିଷ୍ଟ ୱାର୍ଣ୍ଣର । ଶାଣିତ ବୋଲିଂ ସାଙ୍ଗକୁ ଟପକ୍ଲାସ ବ୍ୟାଟିଂ ରହିଛି କଙ୍ଗାରୁ ଟିମ ପାଖରେ । ତେଣୁ ଇଂଲଣ୍ଡ ଲଢିବ କିନ୍ତୁ ଅଷ୍ଟ୍ରେଲିଆ ଜିତିବ ବୋଲି ଦମ୍ଭ ଦେଖାଇଛନ୍ତି ୱାର୍ଣ୍ଣର ।

says David Warner Australia win
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ନଜର ପକାନ୍ତୁ କିଛି ସମୀକରଣ ଉପରେ:

2017-18ରେ ଅଷ୍ଟ୍ରେଲିଆ 4-0ରେ ଇଂଲଣ୍ଡକୁ ହରାଇଥିଲା । ଏଥର ମଧ୍ୟ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ଦଳ ।

ଷ୍ଟିଭ ସ୍ମିଥ 2017-18ଆସେସ ସିରିଜରେ 687 ରନ କରିଥିଲେ । ଆଭରେଜ ଥିଲା ରେକର୍ଡ 137.40 । ଯାହାକି ଆସେସର ସିରିଜରେ 2ୟ ସର୍ବାଧିକ ଆଭରେଜ 5ଟି ଟେଷ୍ଟରୁ 139 .14 ଆଭରେଜରେ ଡନ ବ୍ରାଡମ୍ୟାନ 974 ରନ କରି ଏହି ତାଲିକାର ପ୍ରଥମରେ ଅଛନ୍ତି ।

ତେବେ ଘରୋଇ ପରିବେଶରେ ଇଂଲଣ୍ଡର ପଲ୍ଲା ଭାରୀ ରହିଛି ।

says David Warner Australia win
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ 4ଟି ଟେଷ୍ଟ ସିରିଜ ଇଂଲଣ୍ଡ ଜିତିଛି । 2005 ରେ 2-1, 2009ରେ 2-1, 2013 ରେ 3-0, 2015ରେ 3-2ରେ ବାଜିମାରିଛି ଇଂଲଣ୍ଡ ।

2001 ପରଠାରୁ ଇଂଲଣ୍ଡକୁ ଆସେସ ସିରିଜରେ ଇଂଲଣ୍ଡରେ ହରାଇ ପାରିନି ଅଷ୍ଟ୍ରେଲିଆ ।
ୱାର୍ଣ୍ଣରଙ୍କୁ ଭଳି ଆକ୍ରମଣାତ୍ମକ ଓପନର ଭାବେ ଜେସନ ରୟଙ୍କୁ ଇଂଲଣ୍ଡ ଦଳରେ ସାମିଲ କରିଛି ।
ବିଶ୍ବକପର ଇଂଲଣ୍ଡର ଷ୍ଟାର ବେନ ଷ୍ଟୋକ୍ସ ଦେଇପାରନ୍ତି କଡା ଟକ୍କର । ନେଇପାରନ୍ତି ବିଜୟ ପରାଜୟର ନିର୍ଣ୍ଣାୟକ ଭୂମିକା
ନୂଆ ବଲରେ ଜିମି ଆଣ୍ଡର ସନ ଓ ଷ୍ଟୁଆର୍ଟ ବ୍ରଡଙ୍କ ପାଖେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ଜବରଦସ୍ତ ପରୀକ୍ଷା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.