ETV Bharat / sports

ବର୍ଣ୍ଣବୈଷମ୍ୟର ଶିକାର ଲୋକଙ୍କୁ ମୁହଁ ଖୋଲିବାକୁ ଜୋଫ୍ରା ଆର୍ଚରଙ୍କ ଅନୁରୋଧ

author img

By

Published : Jun 8, 2020, 5:23 PM IST

ଇଂଲଣ୍ଡ ସ୍ପିଡଷ୍ଟାର ଜୋଫ୍ରା ଆର୍ଚର ବର୍ଣ୍ଣବୈଷମ୍ୟର ଶୀକାର ହୋଇଥିବା ଲୋକଙ୍କୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଅନୁରୋଧ କରିଛନ୍ତି ।

Archer urges victims of racial abuse to speak out
ବର୍ଣ୍ଣବୈଷମ୍ୟର ଶୀକାର ଲୋକଙ୍କୁ ମୁହଁ ଖୋଲିବାକୁ ଜୋଫ୍ରା ଆର୍ଚରଙ୍କ ଅନୁରୋଧ

ଲଣ୍ଡନ: ଆମେରିକାରେ ପୋଲିସ ହେପାଜତରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଳୋଏଡଙ୍କ ମୃତ୍ୟୁ ପରେ ବର୍ଣ୍ଣବୈଷମ୍ୟ ବିରୋଧରେ ଆନ୍ଦୋଳନ ବର୍ତ୍ତମାନ ଚରମ ସୀମାରେ ପହଞ୍ଚିଛି । ଏହାକୁ ନେଇ ଏକାଧିକ କ୍ରୀଡାବିତ ପ୍ରତିକ୍ରୀୟାଶୀଳ ହୋଇଛନ୍ତି ।

Archer urges victims of racial abuse to speak out
ଜୋଫ୍ରା ଆର୍ଚର

ଇଂଲଣ୍ଡ ସ୍ପିଡଷ୍ଟାର ଜୋଫ୍ରା ଆର୍ଚର ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା ଲୋକଙ୍କୁ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଅନୁରୋଧ କରିଛନ୍ତି । ଆର୍ଚର କହିଛନ୍ତି, କୃଷ୍ଣକାୟ ଭାବେ ଜନ୍ମ ହୋଇ ଗର୍ବିତ । ଗତବର୍ଷ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ବର୍ଣ୍ଣଗତ ଆକ୍ଷେପର ଶିକାର ହୋଇଥିଲେ ଆର୍ଚର ।

ୱେଷ୍ଟଇଣ୍ଡିଜର ଡାରେନ ସାମି, କ୍ରିସ ଗେଲ, ଭାରତୀୟ କ୍ରିକେଟର ଅଭିନବ ମୁକୁନ୍ଦ ଆଦି ଏହା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ।

ମେ 25ରେ ଆମେରିକାରେ ଜଣେ ଶ୍ବେତାଙ୍ଗ ପୋଲିସ ଅଫିସର ଆକ୍ରମଣରେ 46 ବର୍ଷିୟ ଜର୍ଜ ଫ୍ଳୋଏଡଙ୍କ ମୃତ୍ୟୁ ପରେ ଆମେରିକାରେ ବଡଧରଣର ଆନ୍ଦୋଳନ ତେଜିଛି । ଆନ୍ଦୋଳନ ଉଗ୍ର ରୂପ ନେବା ପରେ, ଆମେରିକାର ପ୍ରାୟ ପ୍ରମୁଖ 40ଟି ସହରରେ କର୍ଫ୍ୟୁ ଭଳି ସ୍ଥିତି ଲାଗିରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.