ହାମିଲଟନ: ପ୍ରେମ ଦିବସକୁ ପାଳିବାରେ ମସଗୁଲ ପ୍ରେମୀ ଯୁଗଳ । ଆଉ ଏଥିରେ ସାମିଲ ହୋଇଛନ୍ତି କ୍ରିକେଟ-ବଲିଉଡର ଚର୍ଚ୍ଚିତ ଯୋଡି ବିରୁଷ୍କା (ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା) । ତେବେ ଉଭୟ ନ୍ୟୁଜିଲାଣ୍ଡରେ ଭାଲେଣ୍ଟାଇନ ଡେ ପାଳନ କରୁଛନ୍ତି ।
ଉଲ୍ଲେକଥାଉ କି, ଭାରତୀୟ ଦଳ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି । ଟି-20 ସିରିଜକୁ କ୍ଲିନ୍ସୁଇପ୍ କରିବା ପରେ 3-0ରେ ଦିନିକିଆ ସିରିଜରେ ମୂଳପୋଛ ହୋଇଛି । ତେବେ ଆସନ୍ତା ଫେବୃୟାରୀ 21ରୁ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବା । ତେବେ ଚେଷ୍ଟ ସିରିଜକୁ ଏବେ କିଛି ଦିନ ବାକିଥିବା ବେଳେ ଦଳର ସମସ୍ତ ଖେଳାଳି ଏବେ ରିଲାକ୍ସ ମୁଡରେ ରହିଛନ୍ତି । ନ୍ୟୁଜିଲାଣ୍ଡର ବିଭିନ୍ନ ସ୍ଥାନ ବୁଲୁଛନ୍ତି । ପରେ ନ୍ୟୁଜୁଲାଣ୍ଡରେ ପହଁଚି ତାଙ୍କ ସହ ଯୋଗ ଦେଇଥିଲେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ।
ଯଦିଓ ନ୍ୟୁଜିଲାଣ୍ଡ ମସ୍ତିର ଫଟୋ ବିରାଟ ଓ ଅନୁଷ୍କା ସୋସିଆଲ ମିଡିଆରେ ପୋଷ୍ଟ କରିନାହାନ୍ତି । ମାତ୍ର ଦଳର ପେସ ଷ୍ଟାର ମହମ୍ମଦ ଶାମୀ ବିରାଟ-ଅନୁଷ୍କାଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି ।