ବେଙ୍ଗାଲୁରୁ: କର୍ଣ୍ଣାଟକର ପାରମ୍ପାରିକ ମଇଁଷି ଦୌଡରେ ଭାଙ୍ଗିଲା ଗୋଟିଏ ପରେ ଗୋଟିଏ ରେକର୍ଡ । 100 ମିଟର ଦୌଡରେ ରେକର୍ଡ ସମୟକୁ ଏବେ ପୁଣି ଜଣେ କମ୍ବାଲା ଧାବକ ଭାଙ୍ଗିଛନ୍ତି । ନିଶାନ୍ତ ସେଟ୍ଟୀ ନାମ ଆଉ ଜଣେ ଧାବକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେ ୧୪୩ ମିଟର ବିଶିଷ୍ଟ ଦୌଡ଼କୁ ୧୩.୬୮ ସେକେଣ୍ଡରେ ଶେଷ କରିଛନ୍ତି । ଅର୍ଥାତ ୧୦୦ମି. ଦୌଡ଼ିବା ପାଇଁ ତାଙ୍କୁ ୯.୫୧ ସେକେଣ୍ଡ ଲାଗିଛି ।
ପୂର୍ବରୁ ୧୦୦ ମିଟର ରେସ୍ରେ ୯.୫୫ ସେକେଣ୍ଟ ରେକର୍ଡ ରହିଥିଲା । ଯାହାକୁ ଦୌଡିଥିଲେ ଶ୍ରୀନିବାସ ଗୌଡ଼ା । ଏଥିପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ସୁଅ ଛୁଟିଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ 3ଲକ୍ଷ ଟଙ୍କା ପୁରଷ୍କାର ଦେଖିଥିବା ବେଳେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) କେନ୍ଦ୍ରରେ ଟ୍ରେନିଂ ନେବାକୁ କହିଥିଲେ । ମାତ୍ର ଜଣେ ପ୍ରଫେସନାଲ ଅଥଲେଟ ଭାବେ ତାଙ୍କର ଅଭିଜ୍ଞତା ନାହିଁ ବୋଲି ସେ କହି ମନାକରି ଦେଇଛନ୍ତି । ତେବେ ଶ୍ରୀନିବାସଙ୍କ ପରେ ନିଶାନ୍ତୁ ସାମନ ସୁଯୋଗ ମିଳୁଛି କି ନାହିଁ, ଦେଖିବାକୁ ବାକି ରହିଲା ।