ନୂଆଦିଲ୍ଲୀ: ଚାଲିଛି କ୍ରିକେଟ ବୋର୍ଡର ନିର୍ବାଚନୀ ଋତୁ । ରାଜ୍ୟ କ୍ରିକେଟ ବୋର୍ଡର ନିର୍ବାଚନ ଶେଷ ହେବା ପରେ ଏବେ ଜାତୀୟ ବୋର୍ଡର ପାଳି । ସବୁଥର ଭଳି ଏଥର ମଧ୍ୟ ଏହି ନିର୍ବାଚନରେ ପରିବାରବାଦର ଛାପ ଦେଖିବାକୁ ମିଳିଥାଏ ।
ବିଜେପିର ଜାତୀୟ ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ଭାରତୀୟ କ୍ରିକେଟ ବୋର୍ଡର ସମ୍ପାଦକ ହେବାକୁ ଯାଉଛନ୍ତି । ସେହିପରି କେନ୍ଦ୍ରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୂମାଲ କୋଷାଧ୍ୟକ୍ଷ ପଦ ପାଇବାକୁ ଯାଉଛନ୍ତି ।
ଚଳିତ ବର୍ଷ ଅକ୍ଟୋବର 14 ତାରିଖରେ ବିସିସିଆଇର ବିଭିନ୍ନ ପଦ ଲାଗି ହେଉଥିବା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହୋଇଥିବା ବେଳେ, ଆସନ୍ତା 23 ତାରିଖରେ ଚୁଡାନ୍ତ ବୈଠକ ବସି ଅଧିକାରୀଙ୍କୁ ଚୟନ କରାଯିବା । ମାତ୍ର ବିସିସିଆଇ ସୁତ୍ରରୁ ପ୍ରକାଶ ପାଇଛି ଯ, ପୂର୍ବତନ ଦଳର ଅଧିନାୟକ ତଥା ବେଙ୍ଗଲ କ୍ରିକେଟ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ବିସିସିଆଇର ସଭାପତି ହେବାକୁ ଯାଉଛନ୍ତି।