ETV Bharat / sports

ଧୋନିଙ୍କ ଟି-20 ୱିକେଟକିପିଂ ରେକର୍ଡ ଭାଙ୍ଗିଲେ ଆଲେସ ହେଲି

author img

By

Published : Sep 27, 2020, 4:20 PM IST

ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ୱିକେଟକିପର ଆଲେସ ହେଲି । ଟି-20 କ୍ରିକେଟରେ ୱିକେଟ କିପର ଭାବେ ସର୍ବାଧିକ ଥର ଆଉଟ କରିବାର ଧୋନିଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି ହେଲି ।

Alyssa Healy breaks MSD's wicketkeeping record in T20Is
ଧୋନିଙ୍କ ଟି-20 ୱିକେଟକିପିଂ ରେକର୍ଡ ଭାଙ୍ଗିଲେ ଆଲେସ ହେଲି

ବ୍ରିସବେନ: ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମର ୱିକେଟକିପର ଆଲେସ ହେଲି । ଟି-20 କ୍ରିକେଟରେ ୱିକେଟ କିପର ଭାବେ ସର୍ବାଧିକ ଥର ଆଉଟ କରିବାର ଧୋନିଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି ହେଲି ।

ହେଲି ୱିକେଟ ପଛରେ କ୍ରିକେଟର ଛୋଟ ଫର୍ମାଟରେ 92 ଥର ଆଉଟ କରିଛନ୍ତି, ଅନ୍ୟପଟେ ଧୋନିଙ୍କ ନାମରେ ଅନ୍ତର୍ଜାତୀୟ ଟି-20ରେ ରେକର୍ଡ 91 ଥର ଆଉଟ ରହିଥିଲା ।

ଟିମ ଇଣ୍ଡିଆ ପାଇଁ ଧୋନି 98ଟି ଟି-20 ମ୍ୟାଚ ଖେଳି, 91 ଥର ୱିକେଟ ପଛରେ ଆଉଟ କରିଛନ୍ତି । ଅନ୍ୟପଟେ, ହେଲି ଅଷ୍ଟ୍ରେଲିଆ ପାଇଁ 114ଟି ମ୍ୟାଚ ଖେଳି 92ଟି ଆଉଟ କରିଛନ୍ତି ।

ଧୋନି ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ଚେନ୍ନାଇ ସୁପର ଲିଗ(ସିଏସକେ) ପକ୍ଷରୁ ଖେଳୁଛନ୍ତି । ପୂର୍ବତନ ଭାରତୀୟ କ୍ୟାପଟେନ ଧୋନି ଚଳିତ ବର୍ଷ ଅଗଷ୍ଟ 15ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ ପରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନଜକ ଆସିବେ ହେଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.