ETV Bharat / sports

ପାଣ୍ଡ୍ୟାଙ୍କୁ କୋହଲିଙ୍କ ଟିପ୍ସ: ପରିଶ୍ରମ କରି ଠିକ ବାଟରେ ଗଲେ ହୋଇପାରିବ ଶ୍ରେଷ୍ଠ - କ୍ୟାପ୍ଟେନ କୋହଲି

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କୋହଲି ଦେଲେ ଶ୍ରେଷ୍ଠ ହେବାର ମନ୍ତ୍ର । କହିଲେ ନିଜ କଠିନ ପରିଶ୍ରମ ଦ୍ବାରା ଏକ ନମ୍ବର ହୋଇ ପାରିବ, କାହାକୁ ତଳକୁ ଠେଲି ଦେଇ ନୁହେଁ । ଅଧିକ ପଢ଼ନ୍ତୁ...

Always strive to be the best, be the but in the right way, Kohli to Pandya, ପରିଶ୍ରମ କରି ଠିକ ବାଟରେ ଗଲେ ହୋଇପାରିବ ଶ୍ରେଷ୍ଠ, ପାଣ୍ଡ୍ୟାଙ୍କୁ କୋହଲିଙ୍କ ଟିପ୍ସ, କ୍ୟାପ୍ଟେନ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା
ପାଣ୍ଡ୍ୟାଙ୍କୁ କୋହଲିଙ୍କ ଟିପ୍ସ: ପରିଶ୍ରମ କରି ଠିକ ବାଟରେ ଗଲେ ହୋଇପାରିବ ଶ୍ରେଷ୍ଠ
author img

By

Published : Jun 26, 2020, 11:43 PM IST

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିରାଟ କୋହଲି ଦେଇଛନ୍ତି କିଛି ଖାସ୍ ଟିପ୍ସ । ବିରାଟ ହାର୍ଦ୍ଦିକଙ୍କୁ କହିଛନ୍ତି ଯେ, ତୁମ ପାଖରେ ଯଦି ଶ୍ରେଷ୍ଠ ହେବାକୁ ଇଚ୍ଛା ଅଛି ତେବେ ତୁମେ କେବଳ ନିଜ କଠିନ ପରିଶ୍ରମ ଦ୍ବାରା ହୋଇ ପାରିବ ଅନ୍ୟ କାହାକୁ ତଳକୁ ଠେଲି ନୁହେଁ ।

ସ୍ପୋର୍ଟ୍ସ ଟକରେ ହାର୍ଦ୍ଦିକ କହିଛନ୍ତି ଯେ, ‘‘ଦୁଇଦିନ ତଳେ ମୁଁ ବିରାଟଙ୍କ ସହ କଥା ହେଉଥିଲି । ମୁଁ ତାଙ୍କୁ ପଚାରିଲି ଆପଣଙ୍କ ସଫଳତା ପଛରେ କଣ କାରଣ କହିଛି ?’’

‘‘ସେ କହିଲେ ‘ତୁମ ପାଖରେ ସବୁ ଠିକ ଅଛି, ସେହି ସ୍ତରର ସ୍ଥିରତା ପାଇବାକୁ କେବଳ ଗୋଟିଏ କଥା ମନରେ ରଖ । ଠିକ ବାଟରେ ଯାଇ ନମ୍ବର ୱାନ ହେବା ପାଇଁ ନିଜ ଭିତରେ ଇଚ୍ଛା ରଖ । କିନ୍ତୁ କାହାକୁ ତଳକୁ କରି ନିଜେ ଉପରକୁ ଉଠିବାକୁ ଚେଷ୍ଟା କର ନାହିଁ । ନିଜ ପରିଶ୍ରମ ଓ ସାମର୍ଥ୍ୟ ବଳରେ ନମ୍ବର ୱାନ ହେବା ପାଇଁ ତୁମର ଲକ୍ଷ୍ୟ ରହିବା ଉଚିତ’।’’ ବୋଲି କହିଛନ୍ତି ପାଣ୍ଡ୍ୟା ।

ଏମଏସ ଧୋନିଙ୍କ ଅଧିନାୟକତ୍ବରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ହାର୍ଦ୍ଦିକ କୋହଲିଙ୍କ ନେତୃତ୍ବରେ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ । ଏହାସହ ସେ ରୋହିତଙ୍କ ଅଧିନାୟକତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି ।

‘‘ଏବେ ମୁଁ ଜାଣିଲି କାହିଁକି ଓ କେମିତି ବିରାଟ ଏତେ ସ୍ଥିର । ରୋହିତ ଶର୍ମା ଓ ଏମଏସ ଧୋନିଙ୍କ ଭଳି ଖେଳାଳି ଦ୍ବିତୀୟ ନମ୍ବରରେ ରହିବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ସେମାନେ ନିଜ ପରିଶ୍ରମ ବଳରେ ଦ୍ବିତୀୟ ସ୍ଥାନରେ ରହିଲେ ମଧ୍ୟ ତାଙ୍କୁ କୌଣସି ପ୍ରଭାବ ପଡ଼େ ନାହିଁ ।’’

ପାଣ୍ଡ୍ୟା ଆହୁରି ମଧ୍ୟ କହିଛନ୍ତି ଯେ, ‘‘ଆପଣଙ୍କ ପାଖରେ ଶ୍ରେଷ୍ଠ ହେବାର ଇଚ୍ଛା ଅଛି । ଯଦି ଆପଣ ଜଣେ ବୋଲର, ତେବେ ଆପଣଙ୍କୁ ଶ୍ରେଷ୍ଠ ହେବାକୁ ପଡ଼ିବ । ଯଦି ଆପଣ ତାଲିମ ନେଉଛନ୍ତି ତେବେ ସେଥିରେ ଆପଣଙ୍କୁ ଆଗ୍ରହୀ ହେବାକୁ ହେବ । ଜୀବନରେ ଆପଣଙ୍କୁ ନିଜ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ହୁଏ ।’’

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.