ETV Bharat / sports

ବ୍ୟାଟ୍ସମ୍ୟାନ ଭାବେ ଗମ୍ଭୀରଙ୍କୁ ଭଲ ଲାଗେ, ମଣିଷ ଭାବେ ନୁହେଁ: ଆଫ୍ରିଦି

ପୁଣି ଗମ୍ଭୀରଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଶାହିଦ ଆଫ୍ରିଦି । କହିଲେ ଜଣେ ଖେଳାଳି ଭାବରେ ଗମ୍ଭୀରଙ୍କୁ ପସନ୍ଦ କରେ କିନ୍ତୁ ମଣିଷ ଭାବରେ ତାଙ୍କର କିଛିଟା ସମସ୍ୟା ରହିଛି । ଅଧିକ ପଢ଼ନ୍ତୁ...

Always liked Gambhir as a batsman, Gambhir has problems as human , shahid Afridi on Gambhir, ବ୍ୟାଟ୍ସମ୍ୟାନ ଭାବେ ଗମ୍ଭୀର ପସନ୍ଦ, ମଣିଷ ଭାବେ ଗମ୍ଭୀର ପସନ୍ଦ ନୁହଁନ୍ତି, ଗମ୍ଭୀରଙ୍କୁ ନେଇ ଶାହିଦଙ୍କ ମନ୍ତବ୍ୟ
ବ୍ୟାଟ୍ସମ୍ୟାନ ଭାବେ ଗମ୍ଭୀରଙ୍କୁ ଭଲ ଲାଗେ, ମଣିଷ ଭାବେ ନୁହେଁ: ଆଫ୍ରିଦି
author img

By

Published : Jul 20, 2020, 7:26 AM IST

ଲାହୋର: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି କହିଛନ୍ତି ଯେ ଜଣେ ମଣିଷ ଭାବରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ସହ ସବୁବେଳେ ନାପସନ୍ଦ କରୁଥିବାବେଳେ ବ୍ୟାଟ୍ସମ୍ୟାନ ଭାବରେ ତାଙ୍କୁ ପସନ୍ଦ କରନ୍ତି ।

‘‘ଜଣେ କ୍ରିକେଟର, ଜଣେ ବ୍ୟାଟ୍ସମ୍ୟାନ ଭାବରେ ମୋତେ ତାଙ୍କୁ ସବୁବେଳେ ଭଲ ଲାଗେ କିନ୍ତୁ ସେ ଏମିତି କିଛି କଥା କହନ୍ତି, କିଛି ଏମିତି ବ୍ୟବହାର କରନ୍ତି ଯାହା ଦ୍ବାରା ଆପଣ ଅନୁଭବ କରିବେ ଯେ ତାଙ୍କର କିଛି ଅସୁବିଧା ରହିଛି । ତାଙ୍କ ଫିଜଓ ଏହା ଉପରେ ଆଲୋକପାତ କରି ସାରିଛନ୍ତି,’’ ବୋଲି ଆଫ୍ରିଦି ଏକ ସାକ୍ଷାତକାରରେ କହିଛନ୍ତି ।

ଆଫ୍ରିଦି ପ୍ୟାଟି ଅପଟଙ୍କ ବିଷୟରେ କହିଥିଲେ ଯିଏ ନିଜ ଆତ୍ମଜୀବନୀରେ ଗମ୍ଭୀରଙ୍କ ବିଷୟରେ ଲେଖିଛନ୍ତି ଯେ, ‘‘ସେ ଜଣେ ମାନସିକ ଭାବେ ଦୁର୍ବଳ ଓ ସବୁଠାରୁ ଅଧିକ ଅସ୍ଥିର ବ୍ୟକ୍ତି ଯାହାଙ୍କ ସହ ମୁଁ କାର୍ଯ୍ୟ କରିଛି ।

ଗମ୍ଭୀର ଓ ଆଫ୍ରିଦି ଅନେକ ସମୟରେ ପଡ଼ିଆରେ ମୁହାଁମୁହିଁ ହୋଇଛନ୍ତି ଓ ଅବସର ନେବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରାୟ ସମୟରେ ବାକ୍‌ ଯୁଦ୍ଧ ଜାରି ରହିଛି । ନିଜ ଆତ୍ମଜୀବନୀରେ ଆଫ୍ରିଦି ଲେଖିଛନ୍ତି ଯେ ଗମ୍ଭୀରଙ୍କର ‘ଆଟିଟ୍ୟୁଡ ପ୍ରୋବଲେମ’ ଅଛି । ଯାହାପରେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡ଼ିଆରେ ଅନେକ ଗୁଡ଼ିଏ ବିଷୟ ନେଇ କଥା କଟାକଟି ହୋଇଥିଲେ ।

ତେବେ ଆଗରୁ ଏକ ସାକ୍ଷାତକାରରେ ଆଫ୍ରିଦି କହିଥିଲେ ଯେ ସେ ଭାରତ ବିପକ୍ଷରେ ଖେଳିବାକୁ ଭଲ ପାଆନ୍ତି । 1999ରେ ଚେନ୍ନାଇ ଟେଷ୍ଟରେ ଭାରତ ବିପକ୍ଷ 141 ରନ ତାଙ୍କର ଖୁବ ପ୍ରିୟ । ‘‘ମୋର ସବୁଠାରୁ ପ୍ରିୟ ଇନିଂସ ହେଉଛି ଭାରତ ବିପକ୍ଷରେ 141 ରନ, ତାହା ବି ଭାରତରେ । ମୁଁ ସେହି ଗସ୍ତରେ ଯିବାର ନଥିଲା, ସେମାନେ ମୋତେ ନେଉ ନଥିଲେ କିନ୍ତୁ ୱାସିମ ଭାଇ (ଅକ୍ରମ) ଓ ମୁଖ୍ୟ ଚୟନକର୍ତ୍ତା ମୋତେ ସମର୍ଥନ କରିଥିଲେ । ଏହା ଏକ ବହୁ କଠିନ ଯାତ୍ରା ଥିଲା ଆଉ ସେହି ଇନିଂସ ଖୁବ ଗୁରୁତ୍ବପୂର୍ଣ୍ଣ ଥିଲା ।’’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.