କାବୁଲ: ଆଫଗାନିସ୍ତାନ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଫସର ଜଜାଇ ଏକ ବଡଧରଣର କାର ଦୁର୍ଘଟଣାର ଶିକାର ହୋଇଛନ୍ତି । ଏନେଇ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ମିଡିଆ ମ୍ୟାନେଜର ଏମ ଇବ୍ରାହିମ ମମନ୍ଦ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ।
-
National cricketer wicket-keeper batsman @AfsarZazai_78 survived in a car accident with a minor injuries in his head but his car damaged most.
— M.ibrahim Momand (@IbrahimReporter) June 20, 2020 " class="align-text-top noRightClick twitterSection" data="
May Allah bless you 🙏 get well soon bro. pic.twitter.com/6MJdVSfWzX
">National cricketer wicket-keeper batsman @AfsarZazai_78 survived in a car accident with a minor injuries in his head but his car damaged most.
— M.ibrahim Momand (@IbrahimReporter) June 20, 2020
May Allah bless you 🙏 get well soon bro. pic.twitter.com/6MJdVSfWzXNational cricketer wicket-keeper batsman @AfsarZazai_78 survived in a car accident with a minor injuries in his head but his car damaged most.
— M.ibrahim Momand (@IbrahimReporter) June 20, 2020
May Allah bless you 🙏 get well soon bro. pic.twitter.com/6MJdVSfWzX
ତେବେ ଏହି ଦୁର୍ଘଟଣାରେ ଆଫସର ଏକ ବଡ ଅଘଟଣରୁ ବର୍ତ୍ତିଯାଇଥିବା ଜଣାପଡିଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ, କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଆଫସରଙ୍କ ମୁଣ୍ଡରେ ବ୍ୟାଣ୍ଡେଜ ହୋଇଥିବାର ଏକ ଫଟୋ ଓ ଦୁର୍ଘଟଣାଗସ୍ତ କାରଟିର ଫଟୋ ଇବ୍ରାହିମ ମମନ୍ଦ ଟ୍ବିଟ କରିଛନ୍ତି ।
ଆଫସର ଯଜାଇ ଆଫଗାନିସ୍ତାନ ପକ୍ଷରୁ 17ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଭାରତରେ ଆଫଗାନିସ୍ତାନ ଖେଳିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ସେ ଆଫଗାନ ଟିମର ସଦସ୍ୟ ଥିଲେ । 2013ରେ କେନିଆ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ ।