ETV Bharat / sports

ବିଜୟ ହଜାରେ ଟ୍ରଫି: 6 ବଲରେ 5 ୱିକେଟ ନେଲେ ଏହି ଭାରତୀୟ ବୋଲର - Abhimanyu Mithun

ହ୍ୟାଟ୍ରିକ୍‌ ସହ ଗୋଟିଏ ଓଭରରେ 5 ୱିକେଟ ଅକ୍ତିଆର କରିଛନ୍ତି କର୍ଣ୍ଣାଟକ ପେସର ତଥା ପୂର୍ବତନ ଭାରତୀୟ ବୋଲର ଅଭିମନ୍ୟୁ ମିଥୁନ।

Abhimanyu Mithun
ବିଜୟ ହଜାରେ ଟ୍ରଫି
author img

By

Published : Nov 29, 2019, 8:14 PM IST

ସୁରଟ: ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭାରତୀୟ ବୋଲରଙ୍କ କମାଲ। ହ୍ୟାଟ୍ରିକ୍‌ ସହ ଗୋଟିଏ ଓଭରରେ 5 ୱିକେଟ ଅକ୍ତିଆର କରିଛନ୍ତି କର୍ଣ୍ଣାଟକ ପେସର ତଥା ପୂର୍ବତନ ଭାରତୀୟ ବୋଲର ଅଭିମନ୍ୟୁ ମିଥୁନ। ଶୁକ୍ରବାର ପ୍ରଥମ ସେମିଫାଇନାଲର ହରିୟାଣା ବିପକ୍ଷ ମ୍ୟାଚରେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ମିଥୁନ ।

ଏହା ପୂର୍ବରୁ ଚଳିତବର୍ଷ ଅଭିମନ୍ୟୁ ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ବିପକ୍ଷ ମ୍ୟାଚରେ ହ୍ୟାଟ୍ରିକ ୱିକେଟ ନେଇଥିଲେ । 39 ରନ ବ୍ୟୟରେ ସେ 5 ୱିକେଟ ହାତେଇଛନ୍ତି । ସେ ପ୍ରଥମ ଦୁଇଟି ବଲରେ ହରିୟାଣାର ସେଟ ବ୍ୟାଟ୍ସମ୍ୟାନ ହିମାଂଶୁ ରାନା (61) ଓ ରାହୁଲ ତଓ୍ବେତିଆ (32)ଙ୍କୁ ଆୁଟ କରିଥିଲେ । ଏହା ପରେ 3ୟ ବଲରେ ସୁମିତ କୁମାରଙ୍କୁ ଆଉଟ କରି ହ୍ୟାଟ୍ରିକ ପୂରଣ କରିଥିଲେ । ସେହିପରି ଚତୁର୍ଥ ବଲରେ ପ୍ରତିପକ୍ଷ ଅଧିନାୟକ ଅମିତ ମିଶ୍ରାଙ୍କୁ ଓ ୫ମ ବଲ ଓ୍ବାଇଡ ପକାଇବା ପରେ ଏକ ସିଙ୍ଗଲ ରନ୍‌ ବ୍ୟୟ କରିଥିଲେ । ଓଭରର ୬ଷ୍ଠ ତଥା ଅନ୍ତିମ ବଳରେ ଜୟନ୍ତ ଯାଦବଙ୍କୁ ପ୍ୟାଭେଲିଅନ ବାଟ ଦେଖାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.