ETV Bharat / sports

ଦିନିକିଆ ସିରିଜ ପାଇଁ ଆରୋନ ଫିଞ୍ଚଙ୍କ ବିଜୟ ମନ୍ତ୍ର

author img

By

Published : Sep 10, 2020, 8:21 PM IST

ଏମିରେଟସ ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ ମାଞ୍ଚେଷ୍ଟରରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ।

Aaron Finch seeks winning formula for Australia in one-dayers
ଦିନିକିଆ ସିରିଜ ପାଇଁ ଆରୋନ ଫିଞ୍ଚଙ୍କ ବିଜୟ ମନ୍ତ୍ର

ମାଞ୍ଚେଷ୍ଟର: ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ନେଇ ପ୍ରତିକ୍ରିୟା ରଖିଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ବିଜୟ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତି ଚଳାଇଥିବା କହିଛନ୍ତି ଫିଞ୍ଚ ।

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଦିନିକିଆ ସୁପର ଲିଗ ଅନ୍ତର୍ଭୁକ୍ତ ଏହି ସିରିଜ ଖେଳାଯିବ ।

ଆରୋନ ଫିଞ୍ଚ

ଏହି ଦିନିକିଆ ସିରିଜ ଆହ୍ବାନପୂର୍ଣ୍ଣ ହେବ ବୋଲି ସ୍ବୀକାର କରିଛନ୍ତି ଫିଞ୍ଚ । ଗୋଟିଏ ମ୍ୟାଚରେ ଖରାପ ପ୍ରଦର୍ଶନ ସିରିଜ ବିଜୟ ସମ୍ଭାବନା କମ କରିପାରେ ବୋଲି ସେ କହିଛନ୍ତି । ଅନ୍ୟପଟେ ପ୍ରତିପକ୍ଷ ଟିମ ଇଂଲଣ୍ଡ ହୋଇଥିଲେ, 90 ପ୍ରତିଶତ ପ୍ରଦର୍ଶନ ମଧ୍ୟ ବିଜୟ ପାଇଁ ଯଥେଷ୍ଟ ହୋଇନଥାଏ । ଇଂଲଣ୍ଡକୁ ହରାଇବାକୁ ଶତପ୍ରତିଶତ ପ୍ରଦର୍ଶନର ଆବଶ୍ୟକତା ରହିଛି ବୋଲି ଫିଞ୍ଚ କହିଛନ୍ତି ।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ 21 ଜଣିଆ ଅଷ୍ଟ୍ରେଲିଆ ଟିମ ରହିଛି । ତେବେ ପ୍ରଥମ ମ୍ୟାଚରେ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ଚୟନ କରାଯିବ ବୋଲି କ୍ୟାପଟେନ ଫିଞ୍ଚ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.