ETV Bharat / sports

ପାକିସ୍ତାନରେ ସୁରକ୍ଷା ଚିନ୍ତା, ଟିମ ସହ ଯିବେନି ବାଂଲାଦେଶ କୋଚିଂ ଷ୍ଟାଫ - Bangladesh coaching staff withdraw

ଶ୍ରୀଲଙ୍କା ପରେ 2ୟ ଦଳ ଭାବେ ବାଂଲାଦେଶ ପାକିସ୍ତାନ ଗସ୍ତ କରିବ । ତେବେ ଏହି ଗସ୍ତରୁ ପୂର୍ବତନ କ୍ୟାପଟେନ ମୁଶଫିକର ରହିମଙ୍କ ପରେ, 5 ଜଣ ସପୋର୍ଟ ଷ୍ଟାଫ ପାକିସ୍ତାନ ଗସ୍ତରୁ ଓହରି ଯାଇଛନ୍ତି । ଅଧିକ ପଢନ୍ତୁ...

Pakistan tour of Bangladesh
ବାଂଲାଦେଶ କୋଚିଂ ଷ୍ଟାଫ
author img

By

Published : Jan 18, 2020, 12:48 PM IST

ଢାକା: ପ୍ରାୟ 10 ବର୍ଷ ପରେ ପାକିସ୍ତାନକୁ ଫେରିଛି କ୍ରିକେଟ । ପ୍ରଥମେ ଶ୍ରୀଲଙ୍କା ପାକିସ୍ତାନ ଗସ୍ତ କରି ଟି20 ସିରିଜ ଖେଳିଥିଲା ।
ଏହାପରେ ବାଂଲାଦେଶ ଟିମ ପାକିସ୍ତାନ ଗସ୍ତ କରିବ । ପ୍ରଥମେ ବାଂଲାଦେଶର ପୂର୍ବତନ କ୍ୟାପଟେନ ମୁଶଫିକର ରହିମ ପାକିସ୍ତାନ ଯିବାକୁ ଅନିଛା ପ୍ରକାଶ କରିଥିଲେ । ଏହାପରେ ଏହି ଗସ୍ତରୁ ବାଂଲାଦେଶର 5ଜଣ କୋଚିଂ ଷ୍ଟାଫ ମଧ୍ୟ ଓହରି ଯାଇଛନ୍ତି । 5 ଜଣଙ୍କ ମଧ୍ୟରେ ବାଂଲାଦେଶର ଫିଲ୍ଡିଂ କୋଚ ରିଆନ କୁକ ଓ ବ୍ୟାଟିଂ କୋଚ ନେଲ ମେକନିଜ ରହିଛନ୍ତି ।

ଭାରତୀୟ ହୋଇଥିବାରୁ ବାଂଲାଦେଶର ଟିମ ଆନାଲିଷ୍ଟ ଶ୍ରୀନିବାସ ଚନ୍ଦ୍ରସେକରଣ ଗସ୍ତରେ ସାମିଲ ହୋଇନାହାଁନ୍ତି । ପୂର୍ବତନ ନ୍ୟୁଜିଲାଣ୍ଡ କ୍ୟାପଟେନ ଡାନିଏଲ ଭିଟୋରୀ ବାଂଲାଦେଶ ଟିମର ସ୍ପିନ ବୋଲିଂ ପରାମର୍ଶଦାତା ରହିଛନ୍ତି । ତେବେ ପାକିସ୍ତାନ ଗସ୍ତରେ ତାଙ୍କୁ ମଧ୍ୟ ସ୍ଥାନ ଦିଆଯାଇ ନାହିଁ । ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଚେୟାରମ୍ୟାନ ଆକ୍ରମ ଖାନ ସୂଚନା ଦେଇଛନ୍ତି । ପାକିସ୍ତାନରେ ମ୍ୟାଚ ଖେଳିବା ନିରାପଦ ବୋଲି ପାକିସ୍ତାନ କ୍ରିକେଟର ଡିଣ୍ଡିମ ପିଟୁଛନ୍ତି । ତେବେ ଅନ୍ୟ ଦଳର ଖେଳାଳି ଓ କୋଚିଂ ଷ୍ଟାଫ ଏବେବି ପାକିସ୍ତାନରେ ଅସୁରକ୍ଷିତ ମଣୁଛନ୍ତି ।

ଏହି ଗସ୍ତରୁ ଖେଳାଳିଙ୍କ ଓହରିବା କାରଣ ଅସ୍ପଷ୍ଟ ଥିଲେ ମଧ୍ୟ, ପାକିସ୍ତାନରେ ସୁରକ୍ଷା କାରଣ ଦାୟୀ ବୋଲି ଅନୁମାନ କରାଯାଉଛି ।
ବାଂଲାଦେଶ ଦଳ ପାକିସ୍ତାନ ଗସ୍ତରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜ, 2ଟି ଟେଷ୍ଟ ମ୍ୟାଚ ଓ ଗୋଟିଏ ଦିନିକିଆ ମ୍ୟାଚ ଖେଳିବ ।

Intro:Body:

fefe

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.