ETV Bharat / sports

ଆସେସ 4ର୍ଥ ଟେଷ୍ଟ: ବିଜୟଠୁ 6 ୱିକେଟ ଦୂରରେ ଅଷ୍ଟ୍ରେଲିଆ, ଇଂଲଣ୍ଡର ସଂଘର୍ଷ - ଅଷ୍ଟ୍ରେଲିଆ

ସମାନ 1-1ରେ ବରାବର ଥିବା ଆସେସ ସିରିଜର 4ର୍ଥ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଶେଷ ଦିନରେ ପ୍ରଥମ ସେସନ ସୁଦ୍ଧା ବିଜୟ ଠାରୁ ଅଷ୍ଟ୍ରେଲିଆ 6 ୱିକେଟ ଦୂରରେ ରହିଛି ।

ଫଟୋ ସୌଜନ୍ୟ: twitter@ICC
author img

By

Published : Sep 8, 2019, 7:20 PM IST

ମାଞ୍ଚେଷ୍ଟର: ସମାନ 1-1ରେ ବରାବର ଥିବା ଆସେସ ସିରିଜର 4ର୍ଥ ଟେଷ୍ଟ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି । ଅଷ୍ଟ୍ରେଲିଆ ଘରୋଇ ଇଂଲଣ୍ଡ ସାମ୍ନରେ 383ରନ ବିଜୟ ଲକ୍ଷ୍ୟ ରଖିଥିଲା । ଏହାପରେ 4ର୍ଥ ଦିନରେ ଇଂଲଣ୍ଡ କ୍ୟାପଟେନ ରୁଟଙ୍କ ସହ 2ଟି ୱିକେଟ ହରାଇଥିଲା ।

Ashes
ଫଟୋ ସୌଜନ୍ୟ: twitter@ICC

5ମ ଦିନରେ ପ୍ରଥମ ସେସନରେ ଡେନଲି ଓ ଜେସନ ରୟ କଙ୍ଗାରୁ ବୋଲରଙ୍କୁ କଡା ମୁକାବିଲା କରିଥିଲେ । ତେବେ ପାଟ କମିନ୍ସ ପୁଣି ଇଂଲଣ୍ଡ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି । ରୟ ଓ ବେନ ଷ୍ଟୋକ୍ସଙ୍କୁ ଶୀଘ୍ର ଆଉଟ କରି ପାଲଟା ଆକ୍ରମଣ କରିଥିଲେ ।

ଶେଷ ଦିନରେ ପ୍ରଥମ ସେସନ ସୁଦ୍ଧା ଇଂଲଣ୍ଡର ସ୍କୋର 87-4 ରହିଛି । ବିଜୟ ଠାରୁ ଅଷ୍ଟ୍ରେଲିଆ 6 ୱିକେଟ ଦୂରରେ ରହିଛି । ଅନ୍ୟପଟେ ଇଂଲଣ୍ଡ ବିଜୟ ଲକ୍ଷ୍ୟ ଠାରୁ 296 ରନ ପଛରେ ରହିଛି । ଜୋ ଡେନଲି 48 ଓ ଜନ୍ନି ବେଆରଷ୍ଟୋ 2 ରନ କରି ଅପରାଜିତ ଅଛନ୍ତି ।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.