ଅକଲାଣ୍ଡ: ତୃତୀୟ ଟି20ରେ ବାଂଲାଦେଶକୁ 65 ରନରେ ହରାଇଲା ନ୍ୟୁଜିଲାଣ୍ଡ । ଫିନ ଆଲେନଙ୍କ 29 ବଲ୍ରୁ ଅବିଶ୍ବସନୀୟ 71 ରନ୍ର ବିସ୍ଫୋରକ ଇଂନିସ ବଳରେ ଇଡେନ ପାର୍କରେ ଗୁରୁବାର ଖେଳାଯାଇଥିବା 3ୟ ଟି20କୁ ଜିତିନେଇଛି କିୱି ଟିମ । ଆଲେନ ଆଗାମୀ ସଂସ୍କରଣର ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପକ୍ଷରୁ ଖେଳିବେ ।
-
New Zealand win the final T20I by 65 runs and sweep the series 3-0!
— ICC (@ICC) April 1, 2021 " class="align-text-top noRightClick twitterSection" data="
Todd Astle is the pick of the bowlers with returns of 4/13.#NZvBAN | https://t.co/m2JoVQFNLF pic.twitter.com/8s6gzqgK0Z
">New Zealand win the final T20I by 65 runs and sweep the series 3-0!
— ICC (@ICC) April 1, 2021
Todd Astle is the pick of the bowlers with returns of 4/13.#NZvBAN | https://t.co/m2JoVQFNLF pic.twitter.com/8s6gzqgK0ZNew Zealand win the final T20I by 65 runs and sweep the series 3-0!
— ICC (@ICC) April 1, 2021
Todd Astle is the pick of the bowlers with returns of 4/13.#NZvBAN | https://t.co/m2JoVQFNLF pic.twitter.com/8s6gzqgK0Z
ବର୍ଷା ବାଧାପ୍ରାପ୍ତ ମ୍ୟାଚ 10 ଓଭର ବିଶିଷ୍ଟ ଖେଳାଯାଇଥିଲା । ମ୍ୟାଚରେ ଆଲେନଙ୍କ 29 ବଲ୍ରୁ 10 ଚୌକା ଓ 3 ଛକା ସହାୟତାରେ 65 ରନ୍ର ଧୁଆଁଧାର ଇଂନିସ ଆରସିବି କ୍ୟାମ୍ପରେ ଉତ୍ସାହ ଭରିଛି । ଆଲେନଙ୍କ ତୋଫାନୀ ଇଂନିସ ବଳରେ ନିର୍ଦ୍ଧାରିତ 10 ଓଭରରେ ନ୍ୟୁଜିଲାଣ୍ଡ 141/4 ରନ କରିଥିଲା । ଜବାବରେ ବାଂଲାଦେଶ ମାତ୍ର 76 ରନ କରିପାରିଥିଲା । ଫଳରେ ଟି20 ସିରିଜକୁ 3-0ରେ ମୂଳପୋଛ କରିଛି ନ୍ୟୁଜିଲାଣ୍ଡ ।
ଟିମ ସାଉଦୀଙ୍କ ନେତୃତ୍ବରେ କିୱି ବୋଲର ଭ୍ରମଣକାରୀ ଟିମର ଦୁଇ ଓପନର ସୌମ୍ୟ ସରକାର ଓ ଲିଟନ ଦାସଙ୍କୁ ଶୀଘ୍ର ପାଭିଲିୟନ ପଠାଇବା ପର 37 ରନ୍ରେ 4 ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ପରେ 36 ବଲ୍ରେ ବିଜୟ ପାଇଁ 105 ରନ ଆବଶ୍ୟକ କରୁଥିଲା ଟିମ । ମାତ୍ର ଇଂନିସର 10ମ ଓଭରରେ ଅଲଆଉଟ୍ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ